ଶୋଇବା ଘରୁ ଝୁଲନ୍ତା ଅବସ୍ଥାରେ ଯୁବକର ଶବ ଉଦ୍ଧାର :

ଆତ୍ମ ହତ୍ୟା କରି ମୃତ୍ୟୁ ବରଣ କରିବା ଏକ ନିଶା ପାଲଟି ଗଲାଣି l ଘରୋଇ କଳି ହେଉ ବା କୌଣସି ଦୁଶ୍ଚିନ୍ତା କୁ ନେଇ କିଛି ନ ବୁଝି ପରିବାରର ମୋହମାୟା ତୁଟାଇ ଲୋକେ ଆତ୍ମ ହତ୍ୟା କରୁ ଥିବାର ଦେଖା ଯାଇଛି l ଏଭଳି ଏକ ଘଟଣା ଘଟି ଯାଇଛି ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ପୌରାଞ୍ଚଳର ସ୍ଥିତ ଗାନ୍ଧୀ ରୋଡରେ l ଗାନ୍ଧୀ ରୋଡ ନିବାସୀ ଅଟୋ ଚାଳକ ରାଜୁ ରଏ( ୩୫) ପାରିବାରିକ କଳହକୁ ନେଇ ଆତ୍ମ ହତ୍ୟା କରିଥିବା ବେଳେ ଆତ୍ମ ହତ୍ୟାର କାରଣ ଅସ୍ପଷ୍ଟ l ପରିବାର ଲୋକଙ୍କଠୁ ଖବର ପାଇ ବୀରମିତ୍ରପୁର ପୋଲିଶ ମାଜିଷ୍ଟ୍ରେଟ ଭାବେ କୁଆଁରମୁଣ୍ଡା ତହସିଲଦାର ମିସ୍ ଚାନ୍ଦିନୀଙ୍କ ଉପସ୍ଥିତିରେ ଘରର କବାଟ ଭାଙ୍ଗି ଝୁଲନ୍ତା ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ଯୁବକର ଶବକୁ ଉଦ୍ଧାର କରି ବ୍ଯବଚ୍ଛେଦ ପାଇଁ ପଠାଇ ଥିଲେ । ଅଟୋ ଚାଳକ ମୃତ ରାଜୁର ଛୋଟ ଛୋଟ ଦୁଇଟି କନ୍ୟା ସନ୍ତାନ ଅଛନ୍ତି । ରାଜୁର ମୃତ୍ୟୁ ପରେ ଶିଶୁ କନ୍ୟା ଦୁଇଟିର ମୁଣ୍ଡରୁ ବାପର ସାୟା ଉଠିଗଲା । ଏ ନେଇ ବୀରମିତ୍ରପୁର ଥାନା ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେବା ସହ ପୋଲିଶର ତଦନ୍ତ ଜାରି ରହିଛି l

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here