ଚିଲିକାରେ ଠକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ : ଏଥର ଅନଲାଇନରେ ହେବ ଟିକେଟ ବୁକିଂ

ପୁରୀ : ଅତିଥି ଦେବ ଭବଃ। ଆମେ ଭାରତୀୟ ଏହି ଉକ୍ତି ରେ ବିଶ୍ୱାସ ରଖୁ। ବାହାର ରାଜ୍ୟରୁ କିମ୍ବା ବିଦେଶରୁ ଆସୁଥିବା ପର୍ଯ୍ୟଟକମାନେ ଆମ ପାଇଁ ଭଗବାନ ସଦୃଶ। କିନ୍ତୁ କରୋନା କଟକଣା ଯୋଗୁଁ ଦୀର୍ଘ ୮ ମାସ ହେଲା ସମସ୍ତ ପର୍ଯ୍ୟଟନ ସ୍ଥଳ ବନ୍ଦ ରହିଥିଲା। ମାତ୍ର ଏବେ କିଛି କିଛି କରି ରାଜ୍ୟ ସରକାର ଖୋଲିବାକୁ ଅନୁମତି ଦେଇଛନ୍ତି। ତେବେ ଏ ନେଇ ସବୁଠାରୁ ପୁରୀ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛନ୍ତି।

ସେଥିପାଇଁ ପୁରୀ ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ବଲୱନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ପର୍ଯ୍ୟଟକ ମାନଙ୍କୁ ଯେଭଳି କୌଣସି ଅସୁବିଧା ଦେଇ ଗତି କରିବାକୁ ନ ପଡେ ସେ ନେଇ ଏକ ପ୍ରସ୍ତୁତି ବୈଠକ ହୋଇଥିଲା। ବୈଠକରେ ପର୍ଯ୍ୟଟନ ବିଭାଗ ସହକାରୀ ନିର୍ଦ୍ଦେଶକ ଶଶାଙ୍କ ଶେଖର ରଥ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଇତିଶ୍ରୀ ନାୟକ, ସଦର ଏସଡିପିଓ କିଶୋର ଚନ୍ଦ୍ର ମୁଣ୍ଡ ଙ୍କ ସମେତ ବିଭିନ୍ନ ଡଙ୍ଗା ମାଲିକ ସଂଘର ପ୍ରତିନିଧି ମାନେ ଯୋଗ ଦେଇଥିଲେ। ବୈଠକରେ ଚିଲିକାରେ ଚାଲୁଥିବା ଡଙ୍ଗା ର ପଞ୍ଜିକରଣ, ନବୀକରଣ ଓ ମୋଟର ଯାଞ୍ଚ ଆଦି ଶେଷ କରିବାକୁ ଜିଲ୍ଲାପାଳ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରତ୍ୟେକ ଡଙ୍ଗାରେ ଲାଇଭ ଜ୍ୟାକେଟ ରଖିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି। ପର୍ଯ୍ୟଟକ ମାନେ ଅନଲାଇନ ରେ ଡଙ୍ଗା ବୁକିଂ ଓ ଦୈୟ ପୈଠ କରିବା ବାଧ୍ୟତାମୂଳକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନକଲି ମୋତି କାରବାର କରୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି। ଆବଶ୍ୟକ ସ୍ଥଳେ ପ୍ରଶାସନ ନିଜ ଆଡୁ ମାମଲା ରୁଜୁ କରିବ ବୋଲି ଜିଲ୍ଲାପାଳ କହିଛନ୍ତି। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଏକ ସ୍ବତନ୍ତ୍ର ମୋବାଇଲ ଆପ୍ ପ୍ରଚଳନ କରିବ। ସଂପୃକ୍ତ ଡଙ୍ଗା ମାଲିକ ଓ ଅଂଶୀଦାର ମାନଙ୍କ ମତାମତ ନିଆଯାଇ ମୋବାଇଲ ଆପ୍ ବିକଶିତ କରାଯିବ। ପର୍ଯ୍ୟଟକ ମାନଙ୍କୁ ଉତ୍ତମ ସେବା ଓ ସୁରକ୍ଷା ଯୋଗାଇ ଦେଲେ ପର୍ଯ୍ୟଟନ ଶିଳ୍ପର ବିକାଶ ହେବ ବୋଲି ଜିଲ୍ଲାପାଳ କହିଛନ୍ତି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here