ଜିଲ୍ଲା ପ୍ରଶାସନ ତରଫରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ।

କେନ୍ଦ୍ରାପଡ଼ା: ଜିଲ୍ଲା ପ୍ରଶାସନ ତରଫରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇ ଯାଇଅଛି । ଉପ ନିର୍ଦ୍ଦେଶକ ସୂଚନା ଓ ଲୋକସମ୍ପର୍କ ବିଭାଗ ଶ୍ରୀଯୁକ୍ତ ଚନ୍ଦ୍ରକାନ୍ତ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସପ୍ତାହ ପାଳନ ଉପଲକ୍ଷେ ଆଜି “ସତର୍କ ଭାରତ- ସମୃର୍ଦ୍ଧ ଭାରତ” ବର୍ଷ ଉପରେ ଶପଥ ପାଠ ଅନୁଷ୍ଠିତ ହୋଇଥିଲା । ପୂର୍ବାହ୍ନ ୧୧ଘଟିକା ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବସନ୍ତ କୁମାର ରାଉତ ମୂଖ୍ୟ ଅତିଥିଭାବେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଜିଲ୍ଲା କାର୍ଯ୍ୟାଳୟର ସମସ୍ତ ସରକାରୀ କର୍ମଚାରୀ ମାନଙ୍କୁ ଶପଥ ପାଠ କରାଇଥିଲେ ଏବଂ ବକ୍ତବ୍ୟରେ ସତର୍କ ନାଗରୀକ ସମୃର୍ଦ୍ଧି ନାଗରୀକ ସତର୍କ ଗଣତନ୍ତ୍ର, ସମୃଦ୍ଧି ଗଣତନ୍ତ୍ର ଏବଂ ସତର୍କ ଭାରତ ଓ ସମୃର୍ଦ୍ଧି ଭାରତ ବର୍ଷ ଉପରେ ବକ୍ତବ୍ୟ ରଖି ସମସ୍ତ ନାଗରୀକ ମାନଙ୍କୁ ନିଷ୍ଟା, ସତ୍ୟ ଓ ନ୍ଯାୟୋଚିତ ଭାବରେ ନିଜ ନିଜର ଅର୍ଥ ସଂମ୍ପାଦନ କରି ଏକ ଅଖଣ୍ଡ ସମୃର୍ଦ୍ଧି ଭାରତ ବର୍ଷ ଗଠନ ପାଇଁ ଆହ୍ୱାନ ଦେଇଥିଲେ । ଉପନିର୍ଦ୍ଦେଶକ ସୂଚନା ଓ ଲୋକସମ୍ପର୍କ ବିଭାଗ କେନ୍ଦ୍ରାପଡା ଶ୍ରୀଯୁକ୍ତ ଚନ୍ଦ୍ରକାନ୍ତ ନାୟକ ଦିବସର ଉଦ୍ଧେଶ୍ୟ ଓ ଆଭିମୂଖ୍ୟ ଉପରେ ବକ୍ତବ୍ୟ ରଖି ଉପସ୍ଥିତ ସମସ୍ତ ନାଗରୀକ ମାନଙ୍କୁ ଦୃର୍ନିତୀ ନୀବାରଣ ଦିଗରେ ସତର୍କତା ଅବଲମ୍ବନ କରି ନିଜର ମାନବିକତା ଜାଗ୍ରତ କରି ସମାଜରୁ ଦୁର୍ନୀତିର ମୂଳତ୍ପାଟ୍ଟନ ଦିଗରେ ନିଜକୁ ନିୟୋଜିତ କରିପାରିଲେ ଭାରତ ବର୍ଷ ସମୃର୍ଦ୍ଧ ରାମରାଜ୍ୟ ହୋଇ ସମଗ୍ର ବିଶ୍ବରେ ପରିଚିତ ହୋଇ ପାରିବ ବୋଲି ବକ୍ତବ୍ୟରେ ଉପସ୍ଥାପନ କରିଥିଲେ ।

ଆଜିର ଏହି ଶପଥପାଠ ପାଳନ ଉତ୍ସବରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଚନ୍ମୟୀ ରଥ, ଜିଲ୍ଲା ମଂଗଳ ଅଧିକାରୀ ମମତାରାଣୀ ପରିଡା, ଜିଲ୍ଲା କ୍ରିଡାଧିକାରୀ ଶ୍ରୀଯୁକ୍ତ ଲୋକନାଥ ପାଣିଗ୍ରାହୀ,ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଗନ୍ତାୟତ,ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମଣ କୁମାର ବେହେରାଙ୍କ ସମେତ ଜିଲ୍ଲା କାର୍ଯ୍ୟାଳୟର ବହୁ କର୍ମଚାରୀ ଏହି ଶପଥପାଠ ଉତ୍ସବରେ ଅଂଶଗ୍ରହଣ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି  ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here