କୋର୍ଟରେ ପିଏଲବି ଭାବେ କାର୍ଯ୍ୟରତ ମହିଳାଙ୍କୁ ମରଣାତ୍ମକ ଆକ୍ରମଣ ଘଟ୍ଟଣା ।

ଗତ ୫ଦିନ ତଳେ କେନ୍ଦ୍ରାପଡା ଫ୍ୟାମିଲି କୋର୍ଟରେ ପିଏଲବି ଭାବେ କାର୍ଯ୍ୟରତ ଡେରାବିଶ୍ ବ୍ଲକ୍ ଅନ୍ତର୍ଗତ ଜଅଁରା ବାରିମୂଳ ଗ୍ରାମ ପଞ୍ଚାୟତର ଅର୍ତାମୂଳ ଗ୍ରାମର ଜୈନିକ ମହିଳା କାଞ୍ଚନବାଳା ସ୍ୱାଇଁଙ୍କୁ ତାଙ୍କ ଘର ସମ୍ମୁଖରେ ଦୁଇଜଣ ବ୍ୟକ୍ତିଙ୍କ ମଧ୍ୟରେ ପାଟିତୁଣ୍ଡ ଏବଂ ଗଣ୍ଡଗୋଳ ମାଡପିଟ୍ ହେଉଥିବା ବେଳେ କାଞ୍ଚନ ଘରର ଦୁଆର ମୁହଁରେ ଛିଡା ହୋଇ ଝଗଡା ଦେଖୁଥିବା ବେଳେ ଠିକ୍ ରାତ୍ର ୯ ରୁ ୧୦ ଘଟିକା ସମୟରେ ମକୌଣସି କାରଣ ନଥାଇ ମଧ୍ୟ ତାଙ୍କୁ ଅତର୍କିତ ମରଣାତ୍ମକ ଆକ୍ରମଣ କରାଯିବା ସହିତ ଲୁହା ରଡ୍ ଏବଂ ବାଉଁଶ ଠେଙ୍ଗାରେ ପଛପଟୁ ବାଡେଇ ଜୀବନରୁ ମାରିଦେବା ପାଇଁ ଉଦ୍ୟମ କରିଥିଲେ ସେହି ଗ୍ରାମର ଅଭିଯୁକ୍ତ ଅନିରୁଧ ସ୍ୱାଇଁ । ହେଲେ ଏବିଷୟରେ ପ୍ରଥମେ ସଦର ଥାନା ପରେ ଚାନ୍ଦୋଳ ଫାଣ୍ଡି ଏରିଆରେ ଘଟିଥିବାରୁ ଚାନ୍ଦୋଳ ଫାଣ୍ଡି ଦାୟିତ୍ବରେ ଥିବା ଏସ୍ ଆଇ ଶ୍ରୀଯୁକ୍ତ ସରତ ଚନ୍ଦ୍ର ଦାସଙ୍କୁ ଘଟଣାଟି ବୁଝିବା ପାଇଁ ସଦର ଥାନା ଅଧିକାରୀ ଦାଇତ୍ଵ ହସ୍ତାନ୍ତରଣ କରିଥିଲେ । ହେଲେ ଆକ୍ରମଣର ଶୀକାର ହୋଇଥିବା ମହିଳାଙ୍କ ସମେତ ସପରିବାର ଲୋକେ ଯାହା କୁହନ୍ତି । କୁଆଡେ ମୋଟା ଅଙ୍କର ଟଙ୍କା ଫାଣ୍ଡି ବାବୁ ଲାଞ୍ଚନେଇ ଆସାମୀ ବିରୋଧରେ ୩୦୭ ଦଫା ବଦଳରେ ଛୋଟମୋଟ ଦଫା ଲଗାଇବା ସହିତ ଅଭିଯୁକ୍ତକୁ ଘଣ୍ଟ ଘୋଡାଇବା ଏବଂ ଅଭିଯୁକ୍ତ ବା ଆସାମୀ ଖୁଲମ୍ ଖୁଲା ସ୍ପଷ୍ଟ ଦିବାଲୋକରେ ବୁଲୁଥିଲେ ମଧ୍ୟ ତାଙ୍କୁ ଗିରଫ୍ ନକରି ପୋଲିସ ହାତବାନ୍ଧି ଚୁପ୍ ବସିରହିବା ଯେ-କେତେଦୂର ଆଇନ୍ ସଂଗତ ବା ଯୁକ୍ତି ଯୁକ୍ତ କଥା ତାହା ସ୍ଥାନୀୟ ବୁଦ୍ଧିଜିବୀ ମହଲରେ ମୂଖ୍ୟ ଚର୍ଚ୍ଚା ବା ଆଲୋଚ୍ୟର ବିଷୟ ପାଲଟିଛି । ତେବେ ଏଠି ଆଜ୍ଞା ପ୍ରଶ୍ନ ଉଠୁଛି ଯେ-କେବେ ଆକ୍ରମଣର ଶୀକାର ହୋଇଥିବା ମହିଳାଙ୍କୁ ମିଳିବ ନ୍ୟାୟ ଏବଂ ଆସାମୀକୁ କେବେ ଧରିବ ପୋଲିସ ବା ଗିରଫ୍ କରିବ ପୋଲିସ । ତାହାଖାଲି ଯାହା ବାକିରହିଲା ଦେଖିବାକୁ । ତେବେ ଚାଲନ୍ତୁ ନା ସିଧା ସଳଖ ଯିବା ଏବଂ ପଚାରି ବୁଝିବା ଗଣମାଧ୍ୟମ ଆଗରେ କଣ ଏବଂ କିକି ପ୍ରତିକ୍ରିୟା ରଖୁଛନ୍ତି ଉକ୍ତ ମହିଳା ଜଣଙ୍କ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1 ଟିଭି   ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here