ନୂତନ କୃଷି ବିଲ ଆଇନ୍ କୁ ନେଇ କଙ୍ଗ୍ରେସର ବିକ୍ଷୋଭ :

କେନ୍ଦ୍ର ସରକାରଙ୍କ ଦ୍ଵାରା ଆଗତ ହୋଇଥିବା ନୂତନ କୃଷି ବିଲ୍ କୁ କଙ୍ଗ୍ରେସ ଦଳ ବିଭିନ୍ନ ବ୍ଲକ ସ୍ତରରେ ବିରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରୁଛି l ଆଜି ସୁନ୍ଦରଗଡ ଜିଲ୍ଲା କୁଆଁରମୁଣ୍ଡା ବ୍ଲକରେ ବୀରମିତ୍ରପୁର ପୂର୍ବତନ ବିଧାୟକ ତଥା କଙ୍ଗ୍ରେସ ଦଳର ରାଉରକେଲା ଜିଲ୍ଲା ସଭାପତି ଜର୍ଜ ତିର୍କୀ ଙ୍କ ନେତୃତ୍ଵରେ କଙ୍ଗ୍ରେସ ଦଳର କର୍ମୀମାନଙ୍କୁ ନେଇ କୁଆଁରମୁଣ୍ଡା ବ୍ଲକ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ବିଭିନ୍ନ ପ୍ରକାର ସ୍ଲୋଗାନ୍ ଦେଇଥିଲେ l ଶ୍ରୀ ତିର୍କୀ ଙ୍କ ନେତୃତ୍ଵରେ ନୂତନ କୃଷି ବିଲ୍ କୁ ବିରୋଧ କରି କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ କର୍ମୀ ମାନଙ୍କୁ ନେଇ କୁଆଁରମୁଣ୍ଡା ବ୍ଲକ ବିଡିଓ ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ l

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here