ଶହୀଦ ସପ୍ତାହ ଉପଲକ୍ଷେ ସୁନ୍ଦରଗଡ଼ ଜିଲ୍ଲା ରେ ଶହୀଦ ସୀପାହୀଙ୍କୁ ସମ୍ମାନିତ :

ସୁନ୍ଦରଗଡ଼ ଜିଲ୍ଲାର ସୁନ୍ଦରଗଡ଼ ପୋଲିଶ ଦ୍ବାରା ଜିଲ୍ଲାରେ ଶହୀଦ ହୋଇଥିବା ବୀର ସିପାହୀଙ୍କୁ ତାଙ୍କ ଜନ୍ମ ସ୍ଥାନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।ଏହି ଅବସରରେ ରାଜଗାଙ୍ଗପୁର ଥାନା ଅଧୀନରେ ଥିବା ଅଲଣ୍ଡା ପଞ୍ଚାୟତର ବଡ କୁରୁଲୁ ଗ୍ରାମର ବେନେଡିକ୍ ତିର୍କୀଙ୍କ ପୁଅ ଶହୀଦ ବିନୋଦ ତିର୍କିଙ୍କ ପଟ୍ଟଚିତ୍ରରେ ପୁଷ୍ପ ମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କରି ବୀରତ୍ବ ଉପରେ ମତବ୍ୟକ୍ତ କରିଥିଲେ । ସ୍ବର୍ଗତ ବିନୋଦ ତିର୍କି ୧୯୮୮ ମସିହାରେ ଜନ୍ମଗ୍ରହଣ କରି ଥିଲେ  ଏବଂ ଲାଞ୍ଜିବେର୍ଣ୍ଣା ହାଇସ୍କୁଲ ରୁ ୨୦୦୫ ମସିହାରେ ମ୍ୟାଟ୍ରିକ ପାଶ କରି ରାଉରକେଲା ୪ର୍ଥ ବାଟାଲିୟନ ସିପାହୀ ଭାବରେ ଯୋଗଦାନ କରିଥିଲେ । ପରେ ୨୦୧୧ ମସିହାରେ ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଥାନାରେ ନିଜ ସାଥୀ ସିପାହୀ ସହ ନିଜର ବନ୍ଧୁକ ସଫା କରୁଥିବାବେଳେ ଭୁଲ ବସତ  ବନ୍ଧୁକରୁ ଗୁଳି ବିନୋଦଙ୍କୁ ବାଜିବାରୁ ସେହିଠାରେ ସେ ଶହୀଦ ହୋଇଯାଇଥିଲେ । ଆଜି ସହୀଦ ସପ୍ତାହ ଅବସରରେ ସୁନ୍ଦରଗଡ଼ ଏସପି ସାଗରିକା ନାଥ ସ୍ଵର୍ଗତ ବିନୋଦ ତିର୍କି ଙ୍କ ମାତା, ପିତା ଙ୍କୁ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ । ଶହୀଦଙ୍କ ସମ୍ମାନିତ ସଭାରେ ରାଜଗାଙ୍ଗପୁର ଥାନାଧିକାରୀ ଗୋକୁଳାନନ୍ଦ ସାହୁ ସଭା ପରିଚାଳନା କରିଥିବାବେଳେ ରାଜଗାଙ୍ଗପୁର ଏସଡିପିଓ ଡକ୍ଟର ଶଶାଙ୍କ ଶେଖର ବେଉରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here