ଚିଲିକା ପର୍ଯ୍ୟଟନ ଶିଳ୍ପ ବିକାଶ ନିମନ୍ତେ ସମୀକ୍ଷା ବୈଠକ ଅନୁଷ୍ଠିତ

ପୁରୀ- ତା. ୨୯.୧୦.୨୦୨୦- ପର୍ଯ୍ୟଟନ ଋତୁ ଆରମ୍ଭ ହୋଇ ଯାଇଥିବାରୁ ଚିଲିକା ବୁଲିବାକୁ ଆସୁଥିବା ପର୍ଯ୍ୟଟକ ମାନେ ଯେପରି ଭଲ ଅନୁଭୂତି ନେଇ ଫେରିବେ ଏଥିନିମନ୍ତେ ଜିଲ୍ଲାପ୍ରଶାସନ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି । ଏ ସଂପର୍କିତ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀ ବଲ‍ୱନ୍ତ ସିଂ ଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସ୍ବତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ବିଭିନ୍ନ ମୋଟର ଡଙ୍ଗା ମାଲିକ ସଂଘ କୁ ନେଇ ଅନୁଷ୍ଠିତ ହୋଇଛି ।  ପ୍ରତ୍ୟେକ ଡଙ୍ଗା ପଞ୍ଜିକରଣ, ନବୀକରଣ ଓ ମୋଟର ଯାଞ୍ଚ କରିବା ଉପରେ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଡଙ୍ଗାରେ ପ୍ରତ୍ୟେକ ଲାଇଫ୍ ଯ୍ୟାକେଟ ପରିଧାନ ଓ ପର୍ଯ୍ୟଟକ ମାନେ ଅନଲାଇନ ମାଧ୍ୟମରେ ଡଙ୍ଗା ବୁକିଂ ଓ ଦେୟ ପୈଠ କରିବାକୁ ବଧ୍ୟତାମୂଳକ କରାଯିବ । ଏଥିପାଇଁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଏକ ମୋବାଇଲ ଆପ୍ ପ୍ରଚଳନ କରିବେ । ସଂପୃକ୍ତ ଡଙ୍ଗା ମାଲିକ ଓ ଅଂଶିଦାର ମାନଙ୍କ ମତାମତ ନିଆଯାଇ ମୋବାଇଲ ଆପ୍ ବିକଶିତ କରାଯିବ । ଏହାଦ୍ବାରା ସବୁ ସଂଘକୁ ସମାନ ବୁକିଂ ସୁବିଧା ମିଳିବ । ଡଙ୍ଗାରେ ବିଭିନ୍ନ ସ୍ଥାନକୁ ବୁଲିବା ଦର ତାଲିକା ପ୍ରଦର୍ଶିତ କରାଯିବ ଓ ନକଲି ମୋତି କାରବାର କରୁଥିବା ଲୋକ ମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆବଶ୍ୟକସ୍ଥଳେ ପ୍ରଶାସନ ନିଜଆଡୁ ମାମଲା ରୁଜୁ କରିବ ବୋଲି ଜିଲ୍ଲାପାଳ କହିଛନ୍ତି । ପର୍ଯ୍ୟଟକ ମାନଙ୍କୁ ଉତ୍ତମ ସେବା ଓ ସୁରକ୍ଷା ଯୋଗାଇ ଦେଲେ  ପର୍ଯ୍ୟଟନ ଶିଳ୍ପ ବିକାଶ ହେବ ବୋଲି ସେ କହିଛନ୍ତି । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ଶ୍ରୀ ଶଶାଙ୍କ ଶେଖର ରଥ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀମତୀ ଇତିଶ୍ରୀ ନାୟକ, ସଦର ଏସଡିପିଓ ଶ୍ରୀ କିଶୋର ଚନ୍ଦ୍ର ମୁଣ୍ଡ ଏବଂ ବିଭିନ୍ନ ଡଙ୍ଗାମାଲିକ ସଂଘ ପ୍ରତିନିଧି ଉପସ୍ଥିତ ଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here