ଶ୍ରୀମନ୍ଦିରରେ ‘ରାଧା ଦାମୋଦର’ ବେଶ ଅନୁଷ୍ଠିତ :

ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ରାଧା ଦାମୋଦର ବେଶ ଓ ବାଳ ଧୂପ ଆରମ୍ଭା ହୋଇଛି । ପ୍ରତି ବର୍ଷ ଶ୍ରୀଜଗନ୍ନାଥ ମନ୍ଦିରରେ ଆଶ୍ୱିନ ଶୁକ୍ଳ ଏକାଦଶୀ ଠାରୁ  କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଦୀର୍ଘ ଏକ  ମାସ ପ୍ରତ୍ୟହ ଶ୍ରୀଜୀଉମାନଙ୍କର ପବିତ୍ର   ‘ରାଧା ଦାମୋଦର’ ବେଶ ଅନୁଷ୍ଠିତ ହୋଇଥାଏ । ଉତ୍କଲୀୟ ମାନଙ୍କପାଇଁ  କାର୍ତ୍ତିକ ମାସ ସର୍ବଶ୍ରେଷ୍ଠ ଧର୍ମମାସ । ଆଜି ଶ୍ରୀମନ୍ଦିରରେ ପ୍ରାତଃ ୫.୫୦ ରେ ମଙ୍ଗଳ ଆଳତି ଓ ସକାଳ ୭.୦୦ ଟାରେ ଅବକାଶ ନୀତି ଶେଷ ହେବା ପରେ ଶ୍ରୀବିଗ୍ରହମାନଙ୍କର ‘ରାଧା   ଦାମୋଦର ବେଶ ଅନୁଷ୍ଠିତ ହୋଇଥିଲା । ଶ୍ରୀଜୀଉ ମାନଙ୍କ ଏହି ମନୋରମ  ‘ରାଧା ଦାମୋଦର ବେଶ’ ରେ ବିଭିନ୍ନ ପାଟବସ୍ତ୍ର, ଓ ସୁବର୍ଣ୍ଣ ଅଳଙ୍କାର ଠାକୁର ମାନଙ୍କୁ ଲାଗି କରାଯାଇଥିଲା ।ଏହି ବେଶରେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର ତ୍ରିକଛ ପରିଧାନ କରିଥାନ୍ତି । ଦୁଇ ହସ୍ତରେ ସୁବର୍ଣ୍ଣ ନଳୀ ଭୁଜ, ତ୍ରିମୁଣ୍ଡିରେ ବାଉଁଶ ପାତିଆ ଓ କନା ରେ ନିର୍ମିତ ଚୂଳର ଅଗ୍ର ଭାଗରେ ରୂପା ଚନ୍ଦ୍ରିକା,ଦୁଇ କର୍ଣ୍ଣରେ କୁଣ୍ଡଳ,କାଟି ଦେଶରେ ଓଡ଼ିଆଣି,କମରପଟି, କପାଳରେ ତିଳକ,  ଚନ୍ଦ୍ର,ସୂର୍ଯ୍ୟ ଏବଂ ରମାନନ୍ଦି ଚିତା ଇତ୍ୟାଦି ସୁବର୍ଣ୍ଣ ଅଳଙ୍କାରରେ ଶ୍ରୀଜୀଉ ଭୂଷିତ ହୋଇଥିଲେ । ଦେବୀ ସୁଭଦ୍ରା ଓଡ଼ିଆଣୀ, ଚନ୍ଦ୍ର,ସୂର୍ଯ୍ୟ ଓ ମସ୍ତକରେ ତଡଗୀ ଲାଗି ହୋଇଥିଲେ I

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here