ବାପର ହତ୍ୟା କାରୀ ମାମୁଁଙ୍କୁ ହତ୍ୟା କଲେ ଭଣଜା ଦ୍ୱୟ, ଉଭୟେ ଗିରଫ :

ପୁ୍ନଶ୍ଚ ଏକ ହତ୍ୟା ଘଟଣା ଘଟିଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ I ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ବାପର ହତ୍ୟା କାରୀ ମାମୁଁଙ୍କୁ ଭଣଜା ଦ୍ୱୟ ହତ୍ୟା କରିଥିବାର ଏକ ଅଭାବନୀୟ ଘଟଣା ସମ୍ମୁଖକୁ ଆସିଛି l ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଗୋବିରା ଗ୍ରାମର ଗୀର୍ଜା ଟୋଲି ବସ୍ତି ର ଜନୈକ ବ୍ୟକ୍ତିଙ୍କ ମୃତ୍ୟ ଦେହ ନିକଟରେ ଥିବା ଏକ ପୋଖରୀରେ ଭାସୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି l ଗ୍ରାମର ଲୋକେ ନିଜର ନିତ୍ୟ କର୍ମ ପାଇଁ ପୋଖରୀ କୁ ଯାଇ ଥିବା ବେଳେ ପୋଖରୀ ପାଣିରେ ଜନୈକ ବ୍ୟକ୍ତିର ମୃତ ଦେହ ପାଣି ରେ ଭାସୁ ଥିବା ଦେଖି ସଙ୍ଗେ ସଙ୍ଗେ କୁଆଁରମୁଣ୍ଡା ଫାଣ୍ଡି କୁ ସୂଚନା ଦେଇଥିଲେ l ଖବର ପାଇ କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀ ଶ୍ୟାମଲାଲ୍ ଓରାମ୍ ସଦର ବଳେ ସାଇଣ୍ଟିଫିକ୍ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ଶବକୁ ପାଣିରୁ ଉଦ୍ଧାର କରିବା ସହିତ ସାଇଣ୍ଟିଫିକ୍ ଦଳର ଯାଞ୍ଚ ପରେ ଶବ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇଥିଲେ l ଗ୍ରାମ ବାସୀଙ୍କଠାରୁ ପ୍ରାପ୍ତ ସୂଚନା ଅନୁଯାୟୀ କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଗୋବିରା ସ୍ଥିତ ଗୀର୍ଜାଟୋଲି ବସ୍ତିର ବାସିନ୍ଦା ବଲନ ବରୁ୍ଆ ( ୪୫ ) ଙ୍କୁ ତାଙ୍କର ଭଣଜା ଦ୍ୱୟ ଭିକି କୁଜୁର ( ୩୦ ) ଅଗନ କୁଜୁର (୨୬) ମଙ୍ଗଳ ବାର ବିଳମ୍ବିତ ରାତିରେ ଏକ ଲୁହା ଶାବଳରେ ମୁଣ୍ଡର ପଛ ପଟେ ଖୁବ୍ ଜୋର୍ ରେ ପ୍ରହାର କରିବା ଦ୍ୱାରା ଘଟଣା ସ୍ଥଳରେ ମାମୁଁ ବଲନ ବରୁଆଙ୍କ ପ୍ରାଣ ବାୟୁ ଉଡିଯାଇଥିଲା l ବଲନଙ୍କ ମୃତ୍ୟୁ ପରେ ଭାଇ ଦ୍ୱୟ ବସ୍ତି ଠାରୁ ପ୍ରାୟ ତହ ୨୦୦ ମିଟର ଦୂର ଜଙ୍ଗରେ ଥିବା ଏକ ପୋଖରୀରେ ଫୋପାଡି ଦେଇ ପଳାଇଥିଲେ l ପୋଲିଶ ଅଭିଯୁକ୍ତ ମାନଙ୍କର ସନ୍ଧାନ କରୁଥିବା ବେଳେ ଅଗନ୍ କୁଜୁର ଫାଣ୍ଡି ରେ ଆତ୍ମ ସମର୍ପଣ କରିଥିଲା l ତେବେ ତାକୁ ସହଯୋଗ କରିଥିବା ତାର ବଡ ଭାଇ ଭିକି କୁଜୁରକୁ ପୋଲିଶ ବସ୍ତିରୁ ଗିରଫ କରିଥିଲା l ବିସ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ହତ୍ୟା କାଣ୍ଡରେ ମୃତ୍ୟୁ ବରଣ କରିଥିବା ବଲନ ବରୁଆ କିଛି ବର୍ଷ ପୂର୍ବେ କୌଣସି ଘଟଣା କୁ ନେଇ ନିଜର ଭିଣୋଇକୁ ହତ୍ୟା କରିଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସୁଯୋଗ ଅପେକ୍ଷା ରେ ଥିବା ଦୁଇ ଭାଇ ବାପର ହତ୍ୟା କାରି ମାମୁଁଙ୍କୁ ହତ୍ୟା କରି ନିଜର ପ୍ରତିଶୋଧ ପୁରା କରିଥିବା ନେଇ ଗ୍ରାମରେ ଚର୍ଚ୍ଚା ଚାଲିଛି I ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବ ନେଇ ଫାଣ୍ଡି ସୂତ୍ରରୁ ପ୍ରକାଶ l

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here