ସଡକ ଦୁର୍ଘଟଣାରେ ବାଇକ୍ ଚାଳକ ଗୁରୁତର :

ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ହାତୀବାରୀ ରୋଡ ନିର୍ମାଣ କଲେଜ ସମ୍ମୁଖ ରେ ଥିବା ରାସ୍ତା ରେ ଏକ ସଡକ ଦୁର୍ଘଟଣାରେ ବାଇକ ଚାଳକ ଗୁରୁତର ହୋଇଥିବା ଜଣାଯାଇଛି l ଉକ୍ତ ରାସ୍ତା ରେ ଓଡି ୧୪ ଏମ ୨୧୭୪ ବାଇକରେ ଆସୁଥିବା ଜଣେ ଆରୋହୀ ଅଜଣା ଗାଡି ଧକ୍କାରେ ଗୁରୁତର ହୋଇଛନ୍ତି । ସେ କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ କାଲୋସିହିରିଆ ଗ୍ରାମର ବାସିନ୍ଦା ସନ୍ଦୀପ ଲୁଗୁନ୍ ବୋଲି ଜଣା ପଡିଛି l ଦୁର୍ଘଟଣାସ୍ଥଳରୁ ଗୁରୁତର ଆହତ ସନ୍ଦୀପକୁ ବିଜେଡି ଯୁବା ମୋର୍ଚ୍ଚା ନେତା ମହମ୍ମଦ ଆଜାଜ୍ ଆଲମ୍ ଉଦ୍ଧାର କରି ବୀରମିତ୍ରପୁର ସରକାରୀ ଚିକିତ୍ସାଳୟ ରେ ଭର୍ତି କରିଥିଲେ l ତାଙ୍କର ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଆର୍ ଜିଏଚ୍ କୁ ସ୍ଥାନାନ୍ତର କରାଯାଇଥିବା ଜଣା ପଡିଛି l ଉକ୍ତ ଯୁବକ କୌଣସି କାମରେ ଜଲଙ୍ଗବିରା ଗ୍ରାମକୁ ଆସି ନିଜର କାର୍ଯ୍ୟ ସାରି ଘରକୁ ଫେରୁ ଥିବା ବେଳେ ଏହି ଦୁର୍ଘଟଣାର ଶିକାର ହୋଇଥିଲେ l ଅଜଣା ଗାଡି ଦୁର୍ଘଟଣାରେ ତାଙ୍କର ବାମ ଗୋଡ ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ପରିଲକ୍ଷିତ ହୋଇଥିଲା l

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here