ଭୋଗ ପାଲଟିଲା ବିଷ : ବିଷାକ୍ତ ଭୋଗଖାଇ ଭକ୍ତମାନେ ଅସୁସ୍ଥ ।

26-10-2020 : ରାଜନଗର ବ୍ଲକ ପିଞ୍ଛାପାଟିଆ ଗାଁରେ ଶିତଳା ମନ୍ଦିରରେ ଗତକାଲି ରାତିରେ ଖାଇଥିଲେ ଚୁଡା କଦଳି ଚକଟା ଭୋଗ । ପେଟ କାଟୁଛି , ବାନ୍ତି ହେଉଛି ମୁଣ୍ଡ ବୁଲାଉଛି ଏମିତି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ପିଞ୍ଛାପାଟିଆ ଗାଁର ପିଲା ଠାରୁ ବୟସ୍କ ପର୍ଯ୍ୟନ୍ତ ଲୋକମାନେ । ଏମାନେ ତାଙ୍କ ଗାଁର ଆରାଧ୍ୟା ଦେବୀ ଶିତଳା ମନ୍ଦିରରେ ଦୁର୍ଗା ପୂଜାର ନବମୀ ପଣା ଭୋଗ ଖାଇଥିଲେ ବୋଲି କୁହାଯାଉଛି । ଅସୁସ୍ଥ ମାନଙ୍କୁ ଚିକିତ୍ସା କରିବାକୁ ପହଞ୍ଚିଛନ୍ତି ରାଜନଗରରୁ ଡାକ୍ତରୀ ଦଳ । ଦୁର୍ଗା ପୂଜା ସମୟରେ କରୋନା ପାଇଁ ସରକାର କଟକଣା କରିଥିଲେ ମଧ୍ୟ କେତେକ ସ୍ଥାନରେ ଏହା ଠିକଭାବେ ଲୋକେ ମାନିନଥିବା ଅନୁଭବ ହୋଇଛି । ଏହି କ୍ରମରେ ଏକ ଘଟଣା ଏବେ ଚର୍ଚ୍ଚାକୁ ଆସିଛି , କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ କୃଷ୍ଣନଗର ପଞ୍ଚାୟତରେ ଘଟିଛି ଏହି ଘଟଣା । ଗାଁରେ ଥିବା ଶିତଳା ଦେବୀଙ୍କ ମନ୍ଦିରରେ ଗାଁର ଲୋକେ ମିଶି ସଂଧ୍ୟାରେ ଦୁର୍ଗାଙ୍କର ନବମୀ ଭୋଗରାଗ କରିଥିଲେ । ଚୁଡା , କଦଳୀ ଓ ଅନ୍ୟ ଫଳମୂଳ ମିଶି ଚକଟା ହୋଇଥିଲା ପଣାଭୋଗ । ଗାଁର ଲୋକମାନେ ଠାକୁରାଣୀଙ୍କର ଏହି ପଣା ଭୋଗ ସେବନ କରିଥିଲେ । ବିଳମ୍ବିତ ରାତିରୁ ଏମାନଙ୍କ ଠାରେ ଝାଡା, ବାନ୍ତି ଓ ମୁଣ୍ଡ ବୁଲାଇବାର ଲକ୍ଷଣ ଦେଖଯାଇଥିଲା । ଆଜି ସକାଳୁ ଖବର ଚାରିଆଡେ ପ୍ରଚାର ହୋଇଯିବାରୁ, ଅସୁସ୍ଥ ମାନଙ୍କୁ ଚିକିତ୍ସା କରିବା ଆରମ୍ଭ ହୋଇଛି । ୧୪ ଜଣଙ୍କୁ ନିକଟସ୍ଥ ଡାଙ୍ଗମାଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇ ସେମାନଙ୍କୁ ସାଲାଇନ୍ ଦିଆଯାଇଛି । ଏହାଛଡା ୧୫ ଜଣଙ୍କୁ ପିଞ୍ଛାପାଟିଆ ଗାଁର ପ୍ରାଥମିକ ବିଦ୍ୟାଳୟରେ ରଖାଯାଇ ଚିକିତ୍ସା କରାଯାଉଛି । କମ୍ ଲକ୍ଷଣ ଥିବା କିଛି ଲୋକଙ୍କୁ ବଟିକା ଦିଆଯାଇ ଘରକୁ ଛାଡିଦିଆ ଯାଇଛି । ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରାପ୍ରାପ୍ତ ଅଧିକାରୀ ଡାକ୍ତର ରଶ୍ମୀରଞ୍ଜନ ମହାନ୍ତିଙ୍କ ନେତୃତ୍ବରେ ଦୁଇଜଣ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନେ ଏହି ଚିକିତ୍ସାରେ ନିୟୋଜିତ ହୋଇଛନ୍ତି । ଡାକ୍ତର ମହାନ୍ତିଙ୍କ କହିବା ଅନୁସାରେ ଏହି ଭୋଗ କୌଣସି କାରଣରୁ ବିଷାକ୍ତ ହୋଇ ଏମାନଙ୍କ ଶରୀରରେ ଫୁଡ୍ ପଏଜନ୍ ହୋଇଛି । ସମସ୍ତ ଆକ୍ରାନ୍ତ ବିପଦ ମୁକ୍ତ ଥିବା ଡାକ୍ତର ମହାନ୍ତି ସୂଚନା ଦେଇଛନ୍ତି ।

Report– PRIYABRATA OJHA, PATTAMUNDAI

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here