ଭଣଜାର କାଠ ଫାଳିଆ ଚୋଟରେ ମାମୁଁର ପ୍ରାଣ ଗଲା :

ଏକ ମର୍ମନ୍ତୁଦ ଅମାନୁଷିକ ଘଟଣା ଘଟିଯାଇଛି ନୂଆଗାଁ ବ୍ଲକ ଅଞ୍ଚଳରେ । ଜଣେ ମୃତ ସହ ଅଭିଯୁକ୍ତ ଅଟକ ପଚରା ଉଚରା ପାଇଁ । ହତ୍ୟା ହତ୍ୟା ହତ୍ୟା ମଦ୍ୟପ ବ୍ୟକ୍ତି ମଦ ନିଶାରେ ମାନସିକ ଭାରସାମ୍ୟ ହରାଇ ଅନେକ ଅମାନୁଷିକ କାର୍ଯ୍ୟ କରିବସେ । ସୁନ୍ଦରଗଡ ଜିଲ୍ଲା ନୂଆଗାଁ ବ୍ଲକ ବିଶ୍ରା ଥାନା ଅନ୍ତର୍ଗତ ପତ୍ରାପାଲି ଗ୍ରାମର ଗୀର୍ଜାଟୋଲି ବସ୍ତିରେ ଘଟିଯାଇଛି ଏକ ମର୍ମନ୍ତୁଦ ହତ୍ୟା ଘଟଣା । ରବିବାର ଦରହରା ଉପଲକ୍ଷେ ପାଳିତ ହୋଇଥିଲା ନୂଆଖାଇ ପର୍ବ । ସନ୍ଧ୍ୟାରେ ପ୍ରଚୁର ମଦ୍ୟପାନ କରୀବା ପରେ ସମ୍ପର୍କୀୟ ମାମୁଁ ଭଣଜା ମଧ୍ୟରେ ବଚସା ହୋଇଥିଲା । ବଚସାରେ ଉତ୍ୟକ୍ତ ହୋଇ ଭଣଜାର କାଠ ଫାଳିଆ ଚୋଟରେ ମାମଁ ମୃତ୍ୟୁ ବରଣ କରିଥିଲେ । ଖବର ପାଇ ବିଶ୍ରା ଥାନା ଭାରପ୍ରାପ୍ତ ଅଧିକାରୀ ଡି ସାହୁ ଓ ଏସଆଇ ପ୍ରଦୀପ କୁମାର ସେଠୀ ସଦଳବଳେ ସାଇଣ୍ଟିଫିକ ଦଳ ସହ ଘଟଣାସ୍ଥଳରେ ପହଞ୍ଚି ସଂପୂର୍ଣ୍ଣ ଘଟଣାର ପୁଙ୍ଖାନୁପୂଙ୍ଖ ତଦନ୍ତ କରିବା ପରେ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି । ନୂଆଗାଁ ବ୍ଲକ ସ୍ଥିତ ପତ୍ରାପାଲି ଗ୍ରାମ ସଂଲଗ୍ନ ଗୀର୍ଜା ଟୋଲି ବସ୍ତିର ବାସୀନ୍ଦା ସଞ୍ଜିତ ଲାକ୍ରା ( ୩୫ ) ଓ ସନାତନ ତିଗା ( ୨୮ ) ଉଭୟେ ପଡୋଶୀ ଅଟନ୍ତି ଏବଂ ସମ୍ପର୍କରେ ମାମୁଁ ଭଣଜା ଲାଗନ୍ତି । ରବିବାର ଦିନ ସେମାନଙ୍କର ନୂଆଖାଇ ପର୍ବ ଥିବାବେଳେ ନୂଆ ଖାଇସାରି ଉଭୟେ ମଦ୍ୟପାନ କରିଥିଲେ । ତେବେ କୌଣସି କଥାକୁ ନେଇ ସଞ୍ଜିତ ଓ ସନାତନ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହି ଘଟଣାରେ ଅତ୍ୟନ୍ତ ଉତକ୍ଷୀପ୍ପତ ହୋଇ ଭଣଜା ସନାତନ ନିକଟରେ ପଡିଥିବା ଏକ ଲମ୍ବା କାଠ ଫାଳିଆରେ ମାମୁଁ ସଞ୍ଜିତର ମୁଣ୍ଡକୁ ବାରମ୍ବାର ପ୍ରହାର କରିବାରୁ ତାଙ୍କର ମୁଣ୍ଡରୁ ପ୍ରବଳ ରକ୍ତଶ୍ରାବ ହେବା ଦ୍ବାରା ଘଟଣାସ୍ଥଳରେ ହିଁ ସଞ୍ଜିତ ଇହଲୀଳା ସମ୍ବରଣ କରିଥିଲେ । ପୋଲିଶ ଅଭିଯୁକ୍ତ ସନାତନକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ବିଶ୍ରା ଥାନାରେ ଏକ ହତ୍ୟା ମାମଲା ରୁଜୁ କରିଛି । ଗ୍ରାମବାସୀଙ୍କ କହିବା ଅନୁଯାୟୀ ସଞ୍ଜିତର ପରିବାର ଏବେ ସଂପୂର୍ଣ୍ଣ ଭାବେ ବେସାହାରା ହୋଇଗଲେ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here