ଫସଲ କ୍ଷତି ଯୋଗୁଁ ଋଣ ଶୁଝିନପାରିବା ଆଶଙ୍କାରେ ଆତ୍ମହତ୍ୟା

ଡ଼ାବୁ ଗାଁ, ୨୬/୧୦ – ଫସଲ କ୍ଷତି ଯୋଗୁଁ ଏବଂ ବ୍ୟଙ୍କ ଋଣ ଶୁଝିନପାରିବା ଆଶଙ୍କାରେ ଆତ୍ମହତ୍ୟା କରିଛନ୍ତି ଜଣେ ଚାଷୀ । ଏମିତି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ଖୁଟୁ ଗୁଡ଼ା ଗ୍ରାମରେ ।

ଚାଷ ରେ କ୍ଷତି ଆଶଙ୍କା କରି ଏବଂ ବ୍ୟାଙ୍କ୍ ଓ ସାହୁକାର ଙ୍କ ଠାରୁ ଆଣି ଥିବା ଋଣ ଶୁଝିନପାରିବା  ଆଶଙ୍କା ରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଚାଷୀ ଜଣକ ହେଲେ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଖୁତୁଗୁଡ଼ା ଗ୍ରାମ ର ବୁଦୁରୁ ଗୌଡ । ବୁଦୁରୁ ନିଜ ଜମି ନିକଟ ରେ ଥିବା କୁଡ଼ିଆ ରେ କୀଟ ନାଶକ ପିଇ ଆତ୍ମହତ୍ୟା କରିଥିବା କହିଛନ୍ତି ପରିବାର ସଦସ୍ୟ । ବୁଦୁରୁ ୮ ଏକର ମକା, ୩ ଏକର ଧାନ ସହ କିଛି ପନିପରିବା ଚାଷ କରିଥିଲେ । ତେବେ ପ୍ରବଳ ବର୍ଷା ରେ ମକା ଗଛ ସବୁ ମାଟିରେ ଶୋଇ ପଡ଼ିବା ସହ  ସହ ସେଥିରେ ଗଜା ହେଇଯାଇଛି ।  ସେହିପରି ଭେଣ୍ଡି ଚାଷ ସବୁ ଅତ୍ୟଧିକ ବର୍ଷା ଯୋଗୁଁ ପଚି ନଷ୍ଟ ହେବା ସହ ଶୁଖି ଯାଇଛି । ସେହିପରି ତିନି ଏକର ଧାନ ଚାଷ ସବୁ ପୋଲ ହୋଇଯାଇଛି । ବୁଦୁରୁ ବ୍ୟାଙ୍କ୍ ରୁ ଏବଂ ସାହୁକାର ଠାରୁ ଋଣ ଆଣିବା ସହ ବିହନ ଓ ସାରା ବି ଧାର ଆଣି ଚାଷ କରିଥିଲେ । ତେଣୁ ଫସଲ ଖରାପ ହୋଇଯିବାରୁ ଆଣିଥିବା ଋଣ ଶୁଝିବା ଆଶଙ୍କା ରେ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ଟଙ୍କା ସ୍ତ୍ରୀ ଓ ଭାଇ ।  ଅନ୍ୟ ପକ୍ଷେ ଗତ ଏକ ସପ୍ତାହ ପୂର୍ବରୁ ବୁଦୁରୁ ଙ୍କ ମାଁ ଓ ତିନିଦିନ ପୂର୍ବରୁ ଭିନକ୍ଷମ ସାନ ଭାଇ ଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ଦଶାହ କାର୍ଯ୍ୟ କିପରି ତୁଲାଇବେ ସେ ଚିନ୍ତା ବି ବୁଦୁରୁ ଙ୍କୁ ଘାରିଥିଲା । ତେଣୁ ଅତ୍ୟଧିକ ଚିନ୍ତା ଯୋଗୁ ମାନସିକ ଭାରସାମ୍ୟ ହରାଇ ସେ ଆତ୍ମହତ୍ୟା କରିଥିବା କହିଛନ୍ତି ଗ୍ରାମବାସୀ । ଘଟଣା ସ୍ଥଳରେ ଉମରକୋଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ପ୍ରଜ୍ଞା ରଞ୍ଜନ ପରିଡ଼ା, ଡ଼ାବୁ ଗାଁ, Odisha 1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here