ଡ଼ାବୁ ଗାଁ, ୨୬/୧୦ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବୁର୍ଜା ଗ୍ରାମ ପଞ୍ଚାୟତର ପଦିଆଗୁଡା ଗ୍ରାମରେ ଆଦିବାସୀ ଯୁବତୀ ମାନେ ଶାରଦୀୟ ଦୁର୍ଗାପୂଜାକୁ ଏକ ନିଆରା ଢଙ୍ଗରେ ପାଳନ କରିଥାନ୍ତି। ପରଂପରା ଅନୁସାରେ ଦଶହରା ର ୧୦ ଦିନ ପୂର୍ବରୁ ଦେବୀ ମାଁ ଦୂର୍ଗା ଙ୍କ ଆବିର୍ଭାବ ପୂର୍ବରୁ ପ୍ରଥମ ଦିନରୁ ମକା ନେଇ ସକାଳୁ ସକାଳୁ ନଦୀକୁ ଯାଇ ସେଠାରେ ସ୍ନାନ କରିବା ପରେ ନଦୀ ବାଲିରେ ଆସ୍ଥାନ କରି ସେଠାରେ ମକା ପୋତି ପୂଜାର୍ଚ୍ଚନା କରିଥାନ୍ତି। ଏମିତି ପ୍ରତ୍ୟେକ ଦିନ ସେଠାକୁ ଯାଇ ସେଠାରେ ମାଁ ଦୂର୍ଗା ଙ୍କୁ ଆରାଧନା କରାଯାଏ । ଶେଷରେ ଦଶହରା ଦିନ ସେସବୁ ବିସର୍ଜନ କରାଯାଏ। ଯୁବତୀ ମାନେ ମନସ୍କାମନା ପୂରଣ ପାଇଁ ସ୍ବତନ୍ତ୍ର ଢଙ୍ଗରେ ଏହି ବାରୁ ପୂଜା ପାରୁଛନ୍ତି।
ପ୍ରଜ୍ଞା ରଞ୍ଜନ ପରିଡ଼ା, ଡ଼ାବୁ ଗାଁ, Odisha1.TV