ଅଜଣା ବୃଦ୍ଧାଙ୍କ ଗଳିତ ଶବ ଉଦ୍ଧାର

ନବରଙ୍ଗପୁର 26/10/20 : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଦିଗୀ ଗ୍ରାମ ପଂଚାୟତ ର ଚଚରା ଗୁଡା ଗାଁ ସାପଗରଣ୍ଡା ନାଳରୁ ଅଚିହ୍ନା ବୃଦ୍ଧାଙ୍କ ଗଳିତ ଶବ ଉଦ୍ଧାର କଲା ତେନ୍ତୁଳିଖୁଣ୍ଟି ପୋଲିସ। ଆଜି  ଗ୍ରାମବାସୀ ମାନେ ଚଚରାଗୁଡା ଗାଁ ସାପଗରଣ୍ଡା ନାଳରେ ଏକ ବୃଦ୍ଧାଙ୍କ ଗଳିତ ଶବ ଭାସୁଥିବା ଦେଖି ସ୍ଥାନୀୟ ପୋଲିସ କୁ ଖବର ଦେଇଥିଲେ,ଖବର ପାଇ ତେନ୍ତୁଳୀଖୁଣ୍ଟି ଥାନା ଅଧିକାରୀ ପ୍ରମୋଦ କୁମାର ନାୟକ  ଘଟଣା ସ୍ଥଳରେ ଅତିରିକ୍ତ ତହସିଲଦାର ରାମ ଗୋବିନ୍ଦ ପରିଡା ଓ ଏସ  ଡିପିଓ  ଆଦିତ୍ୟ ସେନ ଙ୍କ ଉପସ୍ଥିତି ରେ ଗଳିତ ସବକୁ ଉଦ୍ଧାର କରାଯାଇଥିଲା !  ଅଗ୍ନିଶ୍ରମ  ବିଭାଗ ଶବ ଟିକୁ ନାଳ ମଧ୍ୟରୁ ଉଦ୍ଧାର କରିବା ପରେ ବୃଦ୍ଧାଙ୍କ ଶବକୁ ବ୍ୟବଛେଦ ପାଇଁ ନବରଙ୍ଗପୁର ମେଡିକାଲ କୁ ଅଣାଯାଇଛି । ବର୍ତ୍ତମାନ ସୁଦ୍ଧା ମୃତ ବୃଦ୍ଧାଙ୍କ ପରିଚୟ ମିଳିନଥିବା ବେଳେ,ମୃତ୍ୟୁ ର କାରଣ ମଧ୍ୟ ସ୍ପଷ୍ଟ ହୋଇପାରିନାହିଁ। ଗଳିତ ଶବଟି 4 ଦିନରୁ ଉର୍ଦ୍ଧ୍ବ ସମୟ ହେବ ନାଳ ପଡିଥିବା ଅନୁମାନ କରାଯାଉଛି, । ମୃତ ବୃଦ୍ଧା ଜଣକ  ଆଖ ପାଖ ଅଞ୍ଚଳର ହୋଇନଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି, ତେନ୍ତୁଳୀଖୁଣ୍ଟି ଅଗ୍ନିଶମ ବିଭାଗ ଆସି ନାଳରୁ  ଶବ ଉଦ୍ଧାର କରିଛନ୍ତି,  ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ତେନ୍ତୁଳୀଖୁଣ୍ଟି ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି I

ରିପୋର୍ଟ -ବିଭୁତି ପ୍ରସାଦ ପଣ୍ଡା (ନବରଙ୍ଗପୁର)

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here