ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ ପାଇଁ ବାଲେଶ୍ଵରରେ ଯୋର ଧରିଲା ଉପ-ନିର୍ବାଚନୀ ପ୍ରଚାର ।

ଆଜି ବାଲେଶ୍ଵରରେ ଉପନିର୍ବାଚନ ପ୍ରଚାର ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ୍ ପାଇଁ ଯୋର ଧରିଥିବା ବେଳେ ଆସନ୍ତା ତିନି ତାରିଖରେ ହେବାକୁ ଯାଉଥିବା ଉପ ନିର୍ବାଚନ ପାଇଁ ୮୫ ବର୍ଷିଆ ସ୍ୱାଧୀନ ପ୍ରାର୍ଥୀ ଶ୍ରୀଯୁକ୍ତ ବେଣୁଧର ବାରିକଙ୍କୁ ଘର ଘର ସାଇକେଲ୍ ଯୋଗେ ବୁଲାଇ ପ୍ରଚାର କାର୍ଯ୍ୟରେ ରାଜ୍ୟ ଜନଶକ୍ତି ପାର୍ଟି ତରଫରୁ ପୂର୍ଣ୍ଣ ସମର୍ଥନ ଦିଆଯିବା ସହିତ ଦଳର ସଭାପତି ତଥା ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଦାଶଙ୍କ ସମେତ ଶ୍ରମିକ ନେତା ରମେଶ ଥାଟୋଇ, ବିବେକ ନାୟକ,ପ୍ରଶାନ୍ତ ନାୟକ, ଶାନ୍ତନୁ ନାୟକ,ମାଇଁନରିଟି ସେଲର ସଭାପତି ସେକ୍ ତାଜୁ ଏବଂ ଜୟନ୍ତି ମଲ୍ଲିକ ପ୍ରମୁଖ କେନ୍ଦ୍ରାପଡାରୁ ଯାଇଁ ସେଠାରେ ପହଞ୍ଚି ଜାଗା ଜାଗା ପ୍ରଥପ୍ରାନ୍ତ ସଭା କରିବା ସହିତ ଗାଁ ଗାଁ ସାହି ସାହି ଓ ବସ୍ତି ବସ୍ତି ବୁଲି ଏକ ଟେମ୍ପୁ ଓ ମାଇକ୍ ଯୋଗେ ପ୍ରଚାର କରିବା,ପୋଷ୍ଟର ଲଗାଇବା ଏବଂ ପୁସିଂଗ୍ କାର୍ଡ ବାଣ୍ଟିବା ସହିତ ଜନ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ବେଣୁଧର ବାରିକଙ୍କ ପାଇଁ ଭୋଟ୍ ଭିକ୍ଷା କରିଥିବା ଦେଖିବାକୁ ମିଳିଥିଲା ବେଳେ ସେପଟେ ବେଣୁଧର ବାରିକଙ୍କୁ ଷ୍ଟାର ପ୍ରଚାରକ ଭାବେ ମଧ୍ୟ ଯାତ୍ରା ଜଗତର ନାମିଦାମି ନାୟିକା ରାନୀ ପଣ୍ଡା ଓ ଖଳନାୟକ ଦାମ ପଣ୍ଡା ପ୍ରମୁଖ ବାଲେଶ୍ଵର ନିର୍ବାଚନ ମଣ୍ଡଳୀରେ ପହଞ୍ଚି ଦହି ପଖାଳ ଖାଇବା ସହିତ ପ୍ରଚାର କରିବାରେ ସମସ୍ତ ସାହାଯ୍ୟ ସହଯୋଗ କରିଥିବା ଦେଖା ଯାଇଥିଲା । ସେପଟେ ବିଜେଡିକୁ କଡା ଟକର୍ ଦେବାପାଇଁ କଂଗ୍ରେସକୁ ଛାଡି ବିଜେପି ଓ ଜନଶକ୍ତି ବା ସ୍ୱାଧୀନ ୨ ପ୍ରମୁଖଦଳ ମଇଦାନକୁ ଓହ୍ଲାଇବା ସଂଗେ ସଂଗେ ପରସ୍ପର ମଧ୍ୟରେ ଯୋରଦାର ଲଢେଇ ସାଂଗକୁ ନିଜ ନିଜ ଭିତରେ ଏବେଠାରୁ ଅଙ୍କ କସାକଶି ବହୁ ଯୋରରେ ଆରମ୍ଭ ହୋଇଯାଇଥିବା ଦେଖିବାକୁ ମିଳିଛି । କିଏ ଏବଂ କେଉଁ ଦଳ କେତେ ଭୋଟ୍ ହାତେଇବ ବା ମାଛ, ମାଂସ ଏବଂ ଟଙ୍କା ଦେଇ ହାତେ ବା ପାଇବ ଖାଲିଯାହା ବାକି ରହିଲା ଆଗକୁ ଦେଖିବାକୁ । ଏହି ତିନି ପ୍ରମୁଖ ଦଳମଧ୍ୟରୁ କିଏ ବା କୋଉ ଦଳର ପ୍ରାର୍ଥୀ କେତେ ଭୋଟରେ ଆଗରେ ରହି ଜିତାପଟ୍ ବା ବାଜିମତ୍ ମାରିନେବା ସହିତ ବାଲେଶ୍ଵର ବିଧାନ ସଭା ସିଟ୍ ହାତେଇ ନେବା ସହିତ ବାଜି ମାରିନେଉଛି ତାହାତ ସମୟ କହିବ । କିନ୍ତୁ ଯାହା ବିଶେଷ ସୁତ୍ରରୁ ଖବର ନେବାରୁ ଜଣାପଡିଛି ୧ମ ସ୍ଥାନରେ ସରକାରୀ ଦଳ ବିଜେଡି ରହିଥିବା ବେଳେ ୨ୟରେ ସ୍ଥାନରେ ସ୍ୱାଧୀନ ବା ଜନଶକ୍ତି ପାର୍ଟି ଏବଂ ୩ୟରେ ବିଜେପି ରହିଥିବା ବେଳେ କଂଗ୍ରେସର ସ୍ଥାନ ସବା ପଛରେ ରହିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

ବାଲେଶ୍ଵରରୁ ଆମ ଜିଲ୍ଲା ପ୍ରତିନିଧିଙ୍କ ରିପୋର୍ଟ ଓଡିଶା 1ଟିଭି ,ନମସ୍କାର ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here