ନିଖିଳ ଉତ୍କଳ କ୍ଷେତ୍ରୀୟ ମହାସଂଘ ପକ୍ଷରୁ କରୋନା ଯୋଦ୍ଧା ସମ୍ମାନ ପ୍ରଦାନ

ଆଜି ମାଙ୍କ ସାରଦୀୟ ଦୂର୍ଗାପୂଜା ଦଶମୀ ତିଥୀ ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ଥାନା ଅନ୍ତର୍ଗତ ନୂଆପଡା ତାଳସଂଗା ଗ୍ରାମରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଜିଲ୍ଲା ସ୍ତରୀୟ ନୀଖିଳ ଉତ୍କଳ କ୍ଷେତ୍ରୀୟ ମହାସଂଘ ତରଫରୁ କରୋନା ଯୋଦ୍ଧା ସମ୍ମାନ -୨୦୨୦ କୋଭିଡ୍ ନୀୟମ ଓ ସାମାଜିକ ଦୂରତ୍ୱକୁ ମାନି ପୂର୍ବବତ୍ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମଞ୍ଚାସୀନ ଅତିଥିମାନେ ଉପସ୍ଥିତ ରହି କ୍ଷେତ୍ରୀୟ ମାନଙ୍କ ଗୁଣଗାନ କରିବା ସହିତ ଦେଶର ଏପରି ଦୁର୍ଦ୍ଦିନରେ କରୋନା ମହାମରୀ ଭଳି ରୋଗ ଯେଭଳି ଭାବରେ ଦିନକୁ ଦିନ ତାର କରାଳ କାୟା ବିସ୍ତାର କରି ଚାଲିଛି । ସେଥିରୁ ବର୍ତ୍ତିବା ପାଇଁ ଶକ୍ତିମୟୀ, ମୁକ୍ତିମୟୀ ‘ମା’ ଜଗଦମ୍ବା ଜଗତ ଜନନୀଙ୍କ ପାଦତଳେ ସମଗ୍ର ବିଶ୍ୱବାସୀଙ୍କୁ ରକ୍ଷାକରିବା ନିମନ୍ତେ ‘ମାଙ୍କୁ ଗୁହାରୀ କରିବା ସହିତ କବୟତ୍ରୀ ଚାରୁଲତା ଭୂୟାଁଙ୍କ ସମେତ ଅନ୍ୟାନ୍ୟ ବହୁ କୋଭିଡ୍ ଯୋଦ୍ଧାମାନଙ୍କୁ ସଂଘ ପକ୍ଷରୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here