କେନ୍ଦ୍ରାପଡାରେ ସାରଦୀୟ ‘ମା’ଦୂର୍ଗାଙ୍କ ପୂଜା ଆରମ୍ଭ ।

ଆଜି ମଣ୍ଡପରେ ମହାମାୟାଙ୍କ ଅଷ୍ଟମୀ ପୂଜା, ମନ୍ତ୍ର ଧ୍ୱନୀରେ ପ୍ରକମ୍ପିତ ହେଉଛି ପୂଜା ମଣ୍ଡପ । କୋଭିଡ କଟକଣା ପାଇଁ ପରଦା ଆଢୁଆଳରେ ଚାଲିଛି ପୂଜା । ମାଙ୍କ ପ୍ରତକ୍ଷ ଦର୍ଶନ କରିପାରୁ ନାହାନ୍ତି ଭକ୍ତ । ଖାଁ ଖାଁ ଲାଗୁଛି ସବୁ ପୂଜା ମଣ୍ଡପ ।

ଚାଲିଛି ପାର୍ବଣର ଋତୁ,ଚଳିତ ବର୍ଷ ‘ମା’ଦୂର୍ଗାଙ୍କ ପୂଜାକୁ ଫିକା କରିଦେଇଛି । ସମଗ୍ର ଦେଶରେ କରୋନା ମହାମାରୀ ଭଳି ଦୂରାରୋଗ ଗତ କିଛି ମାସ ହେବ ତାର କରାଳ କାୟା ବିସ୍ତାର କରିଚାଲିଛି । ଲୋକମାନଙ୍କୁ ବା ଦେଶବାସୀଙ୍କ ମନରେ ଭୟ ଏବଂ ଆଶା ଆଉ ଆଶଂକାର ବାତାବରଣ ସୃଷ୍ଟିକରି ଆସୁଥିବା ବେଳେ । ଏପଟେ ପାର୍ବଣର ଋତୁ ମଧ୍ୟ ପାଖେଇ ଆସିଥିବା ଦେଖିବାକୁ ମିଳିଛି । ସାରଦୀୟ ଦୂର୍ଗାପୂଜା ମଧ୍ୟ ଆରମ୍ଭ ହୋଇଯାଇଛି । ବିଭିନ୍ନ ଶକ୍ତିପୀଠ ଓ ଦେବୀ ପୀଠରେ ‘ମାଙ୍କ ଅଷ୍ଟମୀ ପୂଜା ଏବଂ ‘ମାଙ୍କ ନବରାତ୍ରୀ ପୂଜା ନୀରାଡମ୍ବର ସହକାରେ ବିଭିନ୍ନ ପ୍ରର୍ଥା ପର୍ମ୍ପରା ସହକାରେ ପାଳନ କରାଯାଉଛି । ‘ମା’ ଜଗତ ଜନନୀ ବା ‘ମା’ ଦୂର୍ଗତି ନାସିନୀ ‘ମା’ଦୂର୍ଗା ମଧ୍ୟ ପ୍ରତ୍ୟେକ ପୂଜା ମଣ୍ଡପରେ ଶୋଭା ପାଇବା ସହିତ, ମଢୀଆଳ ବଜାରଠାରେ ଥିବା ମାଙ୍କ ଶିଦ୍ଧିଦାତ୍ରୀ ପିଠରେ ମାଙ୍କ ପୂଜା କରାଯିବା ସହ ମାଙ୍କ ଆଳତି ଓ ପରେ ଚଣ୍ଡିପାଠ ଆରମ୍ଭ ହୋଇଯାଇଛି । ମହିଂସାଶୁର ବା ପାପିଙ୍କ ବିନାସ ପାଇଁ ‘ମା’ ଆସ୍ତାନ ମେଲାଇ ବସି ସାରିଛନ୍ତି । କିନ୍ତୁ ବଡ ଦୁଃଖ ଆଉ ବିଡମ୍ବନା ଏବଂ ପରିତାପର ବିଷୟ ଯେ-ଏବର୍ଷ ସବୁ ବର୍ଷମାନଙ୍କ ଭଳି ବହୁ ଜାକ ଯମକରେ ବାଜା, ବାଣ ଆଉ ରୋହିଣୀ ଆଲୁଅରେ ମାଙ୍କ ମୁଣମୟ ମୂର୍ତ୍ତୀଗୁଡିକ ପୂର୍ବବତ୍ ପୂଜା ପାଉନଥିଲେ ମଧ୍ଯ କିମ୍ବା ଏହି ପର୍ବକୁ ପାଳନ କରା ନଯାଉଥିଲେ ମଧ୍ୟ । ସରକାରଙ୍କର କୋଭିଡ୍ ଗାଇଡ୍ ଲାଇନ୍ ଏବଂ ନୀୟମ କାନୁନକୁ ମାନି ପ୍ରତ୍ୟେକ ପୂଜା ମଣ୍ଡପରେ ୪ଫୁଟରୁ ଅଧିକ ମୃର୍ତ୍ତୀ ଦେଖିବାକୁ ମିଳୁନଥିବା ବେଳେ ବିଭିନ୍ନ ସାଜସଜା ଓ ଆତସବାଜୀ ଉପରେ ମଧ୍ୟ ମାନ୍ୟବର ଉଚ୍ଚ ନ୍ୟାୟାଳୟ ରୋକ୍ ଲଗାଇବା ସହିତ କୋଭିଡ୍ ନୀୟମ ଯଥା- ସାମାଜିକ ଦୂରତାକୁ ଆଖିଆଗରେ ରଖି କୌଣସି ପୂଜା ମଣ୍ଡପ ମଧ୍ୟରେ ୭ଜଣରୁ ଅଧିକ ବ୍ୟକ୍ତିବିଶେଷ ରହି ପାରିବେ ନାହିଁ ବୋଲି କଡାକଡି ମଧ୍ୟ ନୀୟମକୁ ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କ ସହିତ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ରାଜ୍ୟର ଅନେକ ଜାଗା ରହିଛି ଯେଉଁଠାରେକି ପ୍ରତିବର୍ଷ ମହା ଯାକଯମକରେ ମାଙ୍କ ପୂଜାଗୁଡିକ ପାଳନ କରାଯାଇଥାଏ । ତନ୍ମଧ୍ୟରୁ କେନ୍ଦ୍ରାପଡା ଆଉ ଢେଙ୍କାନାଳ ଆଉ ବାରିପଦାର ମାଙ୍କ ପୂଜା ବିଶ୍ୱ ପ୍ରଶିଦ୍ଧି ଲାଭ କରିଥିବା କହେଲେ ଅତୁକ୍ତି ହେବନାହିଁ । ତେବେ ଚାଲନ୍ତୁ ଆମେ ବୁଲିଯିବା କେନ୍ଦ୍ରାପଡା ଜିଲ୍ଲା ଆଉ ବୁଲି ଦେଖିବା କେମିତି ଆଉ କେଉଁ କେଉଁ ଉପାୟରେ ସେଠାରେ ପୂଜା ଅର୍ଚ୍ଚନା କରାଯାଉଛି ଏବଂ କଣ କଣ ସବୁ ପୂଜାକୁ ନେଇ ପ୍ରତିକ୍ରିୟା ରଖୁଛନ୍ତି ଜିଲ୍ଲାର ବୁଦ୍ଧିଜିବୀ ଏବଂ ଜ୍ଞାନୀ, ଗୁଣୀ ବ୍ୟକ୍ତିଙ୍କ ସହିତ ଦୂର ଦୂରାନ୍ତରୁ ମାଙ୍କ ଦର୍ଶନ ପାଇଁ ଆସି ପହଞ୍ଚିଥିବା ଭକ୍ତମାନେ । ତେବେ ଚାଲନ୍ତୁ ନା ସିଧା ସଳଖ ପଚାରି ବୁଝିବା ପୂଜାକୁ ନେଇ କିପ୍ରକାର ପ୍ରତିକ୍ରିୟା ଓ କଣ କହୁଛନ୍ତି ସେମାନେ ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1 ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here