ଅଜଣା ଗାଡି ଧକାରେ ଜଣଙ୍କର ମୃତ୍ୟୁ :

ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ରାଇକଳା ଗ୍ରାମର ପିଟିଏ ଖଣି ନିକଟରେ ଅଜଣା ଗାଡି ଧକା ରେ ଜଣକର ମୃତ୍ୟୁ। ମୃତ ବ୍ୟକ୍ତି ଜଣଙ୍କ ରାଇକଳା ଗ୍ରାମର ଲାଲୁ ନାଏକ ବୋଲି ଜଣାପଡ଼ିଛି। ଲାଲୁର ସ୍ତ୍ରୀ କିଛି ବର୍ଷ ପୂର୍ବେ ମୃତ୍ୟୁ ବରଣ କରିଥିବା ବେଳେ ବାପା ଏବଂ ୬ ବର୍ଷର କୁନି ଝିଅ ଦିପା ସହିତ ରହି ଆସୁଥିଲେ। ୨୨ /୧୦ /୨୦୨୦ ତାରିଖ ରାତିରେ କୈଣସି କାମ ସାରି ଘରକୁ ଫେରୁଥିବା ବେଳେ ପିଟିଏ ଖଣି ସମ୍ମୁଖରେ ଅଜଣା ଗାଡି ଧକ୍କା ରେ ଲାଲୁଙ୍କ ମୃତ୍ୟୁ ଘଟିଥିଲା। ପିଟିଏ ଖଣି ସମ୍ମୁଖରେ ଦୁର୍ଘଟଣା ଘଟିଗଲା । କିନ୍ତୁ ଖଣି ସୁରକ୍ଷା କର୍ମୀ କିମ୍ବା କର୍ତୃପକ୍ଷ କେମିତି ଜାଣି ପାରିଲେ ନାହିଁ ବୋଲି ମୃତକ ଙ୍କ ପରିବାର ଓ ଗ୍ରାମବାସୀ ଶବକୁ ରାସ୍ତା ଉପରେ ରଖି କ୍ଷତିପୂରଣ ଦାବିରେ ଖଣି ସମ୍ମୁଖରେ ଧାରଣା ଦେଇଥିଲେ। ତେବେ ଖବର ପାଇ କୋଇଡା ଥାନା ଅଧିକାରୀ ଦେବେନ୍ଦ୍ର ନାଥ ପିଙ୍ଗୁଆ ଏବଂ କୋଇଡା ତହସିଲଦାର ଦୁର୍ଯ୍ୟୋଧନ ଭୋଇ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମ ବାସୀଙ୍କୁ ବୁଝା ସୁଝା କରି ପିଟିଏ, ଏବଂ ଏନି ମାଇନସ ର ମ୍ୟାନେଜମେଣ୍ଟକୁ ଡକାଇ କୁନି ଝିଅ ର ପ୍ରତିପୋଷଣ ନିମନ୍ତେ ସାହାର୍ଯ୍ୟ କରିବା ପାଇଁ କଥା ପରେ ପରିବାର ଲୋକେ ଓ ଗ୍ରାମବାସୀ ଧାରଣାରୁ ଓହରିଥିଲେ। ପରେ କୋଇଡା ପୋଲିସ, ମାଜିଷ୍ଟ୍ରେଟଙ୍କ ଉପସ୍ଥିତ ରେ ଶବକୁ ଜବତ କରିବା ସହିତ ବ୍ଯବେଚ୍ଛଦ ପାଇଁ ଲହୁଣୀପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ଏପଟେ ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିବା ଗାଡିକୁ ଧରିବା ପାଇଁ କୋଇଡା ପୋଲିଶ ତଦନ୍ତ ଜାରି ରଖିଥିବା ଜଣାପଡିଛି।


ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here