ଚଉଦକୁଲାଟ ତୁଳସୀଡିହାରୁ ଘରର କବାଟ୍ ତାଢି ଟଙ୍କା ସହିତ ସୁନାଗହଣା ଚୋରୀ ।

ଗତକାଲି କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଚଉଦକୁଲାଟ ଫାଣ୍ଡି ଅଞ୍ଚଳର ତରଡିପାଳ ତୁଳସୀଡିହା ଗ୍ରାମର ବଂଶିଧର ବିଶ୍ୱାଳଙ୍କ ପୁଅ ତପନ କୁମାର ବିଶ୍ବାଳଙ୍କ ଘରୁ ଗତକାଲି ରାତ୍ର ୨ଘଟିକା ସମୟରେ ନଗଦ ୫୦ ହଜାର ଟଙ୍କା ସହିତ ପିତ୍ତଳ ବାସନକୁସନ ଏବଂ ପ୍ରାୟ ୧୦ ରୁ ୧୨ ଭରୀ ସୁନା ଗହଣା ଗାଣ୍ଠି କୂଳସାହି ଗ୍ରାମର ବସନ୍ତ ମଳିକଙ୍କ ପୁଅ ପ୍ରଶାନ୍ତ ମଳିକ ଓରଫ୍ ପାକନ ମଳିକ ତପନଙ୍କ ଭାଉଜ ଓ ପୁଅ ଶୋଇଥିବା ଘରଭିତରେ ପଶି ଚୋରୀକରି ନେଇଥିବା ତପନ ବିଶ୍ୱାଳ ଚଉଦକୁଲାଟ ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିବା ପରେ ଚଉଦକୁଲାଟ୍ ଫାଣ୍ଡି ଅଧିକାରୀ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ନ ଆରମ୍ଭ କରିବା ସହିତ ଚୋରୀ ସମଗ୍ରୀ ଓ ଚୋରକୁ ଧରିବା ପାଇଁ ଯୋରଦାର୍ ପ୍ରୟାସ ଆରମ୍ଭ କରିଥିବା ପୋଲିସ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଥିବା ବିଶେଷ ସୁତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here