ଡାବୁଗାଁ ରେ ମା ଦୂର୍ଗାଙ୍କ ନବମୀ ପୂଜା :

ଡାବୁଗାଁ, ୨୪/୧୦ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ଠାରେ ଶନିବାର ମା ଦୁର୍ଗାଙ୍କ ନବମୀ ପୂଜା ଅନୁଷ୍ଠିତ ହୋଇଛି | ବୁଧବାର ସନ୍ଧ୍ୟାରେ ମାଁ ଠାକୁରାଣୀ ମନ୍ଦିର ପୁଷ୍କରିଣୀରେ ଜଳଧିବାସ ସହ ଗଙ୍ଗା ଆବାହନ କରାଯାଇ ବିଲ୍ଵବରଣ କରାଯାଇଥିଲା | ନିରାଡମ୍ବର ଭାବେ ମାଙ୍କ କଳସ ଅଣାଯାଇ ମଣ୍ଡପରେ ସ୍ଥାପିତ କରଯାଇଥିଲା | ରାତିରେ ଚକ୍ଷୁ ଦାନ କରିବା ସହ ମାଁଙ୍କୁ ଆବାହନ କରାଯାଇ ଷଷ୍ଠୀ ପୂଜା କରଯାଇଥିଲା | ଗୁରୁବାର ମାଁଙ୍କ ସପ୍ତମୀ ପୂଜା କରଯାଇଥିଲା | ଶୁକ୍ରବାର ମଧ୍ୟାନ୍ନ ରେ ମାଙ୍କ ଅଷ୍ଟମୀ ପୂଜା ଶେଷ ହୋଇଥିଲା | ଆଜି ଶନିବାର ମାଁଙ୍କ ନବମୀ ପୂଜା ଅନୁଷ୍ଠିତ ହୋଇଥିଲା | ସରକାର ଙ୍କ କରୋନା କଟକଣା ଅନୁସାରେ ମଣ୍ଡପ ଚାରିପଟେ ବନ୍ଦ ରହିଥିଲା | ଭିତରେ ବ୍ରାହ୍ମଣ ମାନଙ୍କ ଦ୍ଵାରା ମାଁ ପୂଜାର୍ଚ୍ଚନା କରାଯାଇଥିଲା | | ଏଥିରେ ମୁଖ୍ୟ ପୂଜକ ଚୈତନ୍ୟ ଦାଶଙ୍କ ପୂଜା କାର୍ଯ୍ୟ ସମ୍ପାଦନା କରୁଥିବା ବେଳେ ମହେଶ ପଣ୍ଡା, କୁନା ମିଶ୍ର ପ୍ରମୁଖ ପୂଜାରେ ସହାୟତା କରୁଛନ୍ତି | ଚଳିତ ବର୍ଷ ବିଧି ରକ୍ଷା କରି ପରମ୍ପରା ବଜାୟ ରଖିବା ପାଇଁ ଦୂର୍ଗା ପୂଜା ପାଳନ ହେଉଛି |

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ, Odisha1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here