ଏକ ନୂତନ ଧରଣର ଚୋରା ବେପାର , ୭ ଟି ଚୋରୀ ବାଇକ ସହ ୯ଟି ବାଇକର ସାମଗ୍ରୀ ଜବତ , ୨ ଗିରଫ :

ଏକ ନୂତନ ଧରଣର ଚୋରୀ ଆରମ୍ଭ ହୋଇଛି ରାଉରକେଲା ସହରରେ । ଦୁଇଜଣ ଯୁବକ ଏହି ଚୋରୀରେ ସାମିଲ ଥିବା ବେଳେ ସେମାନେ ଚୋରୀ କରି ଅନ୍ୟ ଜଣକୁ ବିକ୍ରି କରିବା ପରେ କିଣି ଥିବା ଲୋକ ଜଣେ ମେକାନିକ ହୋଇଥିବାରୁ ଚୋରୀ ଗାଡିର ପାର୍ଟସ ଗୁଡିକ ଏପଟ ସେପଟ କରିବା ପରେ ବିକ୍ରି କରି ଦେଉଥିଲେ । ଏଭଳି ଏକ ଅଭିନବ ଚୋରୀ ଓ ଖର୍ଦି ବିକ୍ରି ଚାଲିଥିବା ବେଳେ ପ୍ଲାଣ୍ଟସାଇଟ ପୋଲିଶ ଘଟଣାର ତଦନ୍ତ କରି ବାଇକ ଚୋର ରାହୁଲ ସାହା ଓରଫ ଲାଲା ( ୨୦ ) କୁ ଗିରଫ କରିବା ପରେ ସମସ୍ତ ଘଟଣା ସମ୍ମୁଖକୁ ଆସିଥିଲା । ରାହୁଲ ଗିରଫ ହେବା ପରେ ତା ଠାରୁ ଚୋରୀ ବାଇକ କିଣୁଥିବା ଅନୁପ କୁମାର ( ୨୮ ) ମଧ୍ୟ ଗିରଫ ହୋଇଥିଲା । ଉଭୟ ଅଭିଯୁକ୍ତ ରାଉରକେଲା ସ୍ଥିତ ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ଗାନ୍ଧୀରୋଡ ବାସୀନ୍ଦା ବୋଲି ଜଣାପଡିଛି । ଗିରଫ ପରେ ସେମାନଙ୍କ ଠାରୁ ୭ ଟି ଚୋରୀ ବାଇକ ଓ ୯ ଟି ବାଇକର ସାମଗ୍ରୀ ଜବତ ହୋଇଥିବାର ଜଣାଯାଇଛି । ପ୍ରାଥମିକ ତଦନ୍ତ ପରେ ଅଭିଯୁକ୍ତ ଦ୍ବୟଙ୍କୁ କୋର୍ଟ ଚାଲାଣ କରିଥିବାର ଜଣାଯାଇଛି । ଏମାନଙ୍କ ଦଳରେ ଆଉ କେଉଁମାନେ ଅଛନ୍ତି ସେମାନଙ୍କର ମଧ୍ୟ ତଦନ୍ତ ଜାରିରହିଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here