କ୍ରୋଧର ୫ ବର୍ଷର ପୁଅକୁ ହତ୍ୟା କଲା ବାପା

ମୟୁରଭଞ୍ଜ : ଗତ ଗୁରୁବାର ରାତିରେ ମୟୁରଭଞ୍ଜ ଜିଲ୍ଲାରେ ଘଟିଛି ଏକ ଅମାନୁଷିକ କାଣ୍ଡ। କ୍ରୋଧର ବଶବର୍ତ୍ତୀ ହୋଇ ପୁଅର ହତ୍ୟା କଲେ ବାପା। ଏଭଳି ଏକ ଦୁର୍ଦ୍ଦାନ୍ତ ବାପାଙ୍କୁ ପୋଲିସ ଗିରଫ ପରି କୋର୍ଟ ଚାଲାଣ କରିଛି।

ସୂଚନାନୁସାରେ, ମୟୂରଭଞ୍ଜ ଜିଲ୍ଲାର କୁଳମଣୀ ଥାନା ଅଧୀନ ବାଲିଡିହା ଗ୍ରାମରେ ଚେପ ଦେହୁରୀଙ୍କ ଘର। କିନ୍ତୁ ଚେପ ଦେହୁରୀଙ୍କ ପତ୍ନୀ, ପୁଅ ଓ ଝିଅଙ୍କୁ ନେଇ ସେ ତାଙ୍କ ଶ୍ବଶୁର ଘର ବେଲଡୁଙ୍ଗୁରି ଗ୍ରାମରେ ରଖନ୍ତି।ସେ ସମୟେ ସମୟେ ତାଙ୍କ ସ୍ତ୍ରୀଙ୍କ ପାଖକୁ ଆସନ୍ତି। କିନ୍ତୁ ଗତ ଗୁରୁବାର ସେ ତାଙ୍କ ସ୍ତ୍ରୀଙ୍କ ପାଖକୁ ଆସିଥିବା ବେଳେ ଘରେ ତାଙ୍କ ସ୍ତ୍ରୀ ଓ ଝିଅଙ୍କୁ ପାଇନଥିଲେ। ଅନେକ ସମୟ ଅପେକ୍ଷା କରିବା ସତ୍ତ୍ବେ ତାଙ୍କ ସ୍ତ୍ରୀ ଓ ଝିଅ ନ ଫେରିବାରୁ ସେ କ୍ରୋଧରେ ଜର୍ଜରିତ ହୋଇ ରାତି ୨ଟାରେ ଏକ ବର୍ବରକାଣ୍ଡ ଘଟାଇଥିଲେ।

ରାତିରେ ଆଈ ପାଖରେ ଶୋଇଥିବା ତାଙ୍କ ୫ ବର୍ଷର ପୁଅକୁ ଆଣି ପଥରରେ ଛେଚି ହତ୍ୟା କରିଥିଲେ। ପିଲାଟିର ମୃତ୍ୟୁ ହୋଇ ସାରିଥିବା ଜାଣି ତାକୁ ବାହାରେ ଫୋପାଡିବା ପୂର୍ବରୁ ଗ୍ରାମବାସୀ କାବୁ କରି ଗ୍ରାମରକ୍ଷୀଙ୍କୁ ଜଣାଇଥିଲେ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here