୭,୮୮୧ ଟି ଦିଆସିଲ୍ କାଠିରେ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି

ପୁରୀ : ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ ଆଶାରେ ପୁରୀ କୁମ୍ଭାରପଡ଼ା ମେନ୍‌ରୋଡ୍‌ର ଶାଶ୍ବତ ରଂଜନ ସାହୁ। ଏଥିପାଇଁ ସେ ଦିଆସିଲି କାଠିରେ ତିଆରି କରିଛନ୍ତି ଆକର୍ଷଣୀୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି।

୧୯ ବର୍ଷୀୟ ଶାଶ୍ବତ ବର୍ତ୍ତମାନ ବ୍ରହ୍ମଗିରି କାଣ୍ଡଗୋଦା ଭକ୍ତ ମଣେଇଁ ସ୍ମୃତି ଡିଗ୍ରି ମହାବିଦ୍ୟାଳୟର ଯୁକ୍ତ ତିନି ବିଜ୍ଞାନ ପ୍ରଥମ ବର୍ଷ ଛାତ୍ର। ପାଠପଢ଼ା ସହ ସମାଜସେବା ଓ କଳା ପ୍ରତି ରୁଚି ରଖିଥିବା ଶାଶ୍ବତ ନିଜ କଳାର ପରାକାଷ୍ଠା ଦେଖାଇବାକୁ ଯାଇ ୭ ହଜାର ୮୮୧ଟି ଦିଆସିଲି କାଠିରେ ତିଆରି କରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି। ଯାହାର ଉଚ୍ଚତା ୧୭ ଇଞ୍ଚ ଓ ଓସାର ୧୫ ଇଞ୍ଚ ରହିଛି। ୨୧ ଦିନର ଅକ୍ଳାନ୍ତ ପରିଶ୍ରମ ପରେ ସେ ଏହି କାମକୁ ପୂର୍ଣ୍ଣ ‌ରୂପ ଦେଇଛନ୍ତି। ଏଥିପାଇଁ ଶାଶ୍ବତ ଦିଆସିଲି କାଠି ସହ କିଛି ଅଠା ବ୍ୟବହାର କରିଛନ୍ତି। ସେ ଇଣ୍ଡିଆ ବୁକ୍‌ ଅଫ୍ ରେକର୍ଡ଼ରେ ସ୍ଥାନ ପାଇବା ପାଇଁ ଆବେଦନ କରିଛନ୍ତି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here