ଅନ୍ଧ ବିଶ୍ୱାସ ର ବଶବର୍ତ୍ତୀ ହୋଇ ଗୁପ୍ତ ଧନ ର ସନ୍ଧାନ,ବୃଦ୍ଧା ଙ୍କୁ ମାଡ଼

ଡ଼ାବୁଗାଁ,୨୪/୧୦  ପିଲାବେଳେ ଆମେ ପଢିଥିଲେ  ଗୁପ୍ତଧନ” ପାଠ । ଯେଉଁଥିରେ ଜଣେ ପିତା ନିଜ ଅଳସୁଆ ଚାରି ପୁଅ ଙ୍କୁ  ଉଚିତ ଶିକ୍ଷା ଦେବାସହ କର୍ମଠ କରାଇବା ପାଇଁ  “ଗୁପ୍ତଧନ” ର ସନ୍ଧାନ କଥା କହି ଗୋଟିଏ ପଡିଆ ଜମି ରେ “ଗୁପ୍ତଧନ” ରହିଥିବା କଥା କହି ତାକୁ ଖୋଲିବା ପାଇଁ କହିବା ପରେ ତାଙ୍କ ମୃତ୍ୟୁ ଘଟିଥିଲା। ଚାରି ପୁଅ ପଡିଆ ସାରା ଖୋଳିବା ପରେ କିଛି ନବାହରିବା ରୁ ସେଠି ଧାନ ବୁଣିଥିଲେ  ଓ ସେଠାରେ ସୁନାର ଫସଲ ଫଳିଥିଲା । ଆଜି କିନ୍ତୁ ଆଉ ଏକ   “ଗୁପ୍ତଧନ” ର କାହାଣୀ ଦେଖେଇବୁ , ଯେଉଁଥିରେ ସୁନା ଓ ଟଙ୍କା ଲୋଭରେ  ଜଣେ ବୃଦ୍ଧା ଙ୍କ ଘର ଖୋଲିବା ସହ କିଛି ଲୋଭି ଲୋକଙ୍କ ଆକ୍ରମଣ ର ଶିକାର ହେବାକୁ ପଡ଼ିଛି । ଘଟଣା ଟି ହେଉଛି ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ   ହଳଦୀ ପଞ୍ଚାୟତ ର ଡୁମରସିଲ  ଗାଁ ରେ ଅନ୍ଧ ବିଶ୍ବାସ ର ବଶବର୍ତ୍ତୀ ହୋଇ ରାଇଘର ଥାନା ଅନ୍ତର୍ଗତ  ଡୁମରସିଲ  ଗାଁ ରେ ଗୁପ୍ତଧନ ପାଇବା ନିଶା ରେ ଜଣେ ମହିଳା ଙ୍କ ଘର ଭିତରେ ୭ ଫୁଟ ର ଏକ ଗାତ  ଖୋଲିଦେବା ସହ ରାସ୍ତା କଡ ରେ ବି ଜେଶିବି ଲଗାଇ ଗାତ ଖୋଳି ଦେଲେ କିଛି ଲୋକ  । ଶେଷ ରେ ଗୁପ୍ତ ଧନ ନପାଇବାରୁ ରାଗ ରେ ମହିଳା ଙ୍କୁ ସେହି ଗାତ ଭିତରକୁ ଠେଲି ଦେବାସହ ନିର୍ଦ୍ଧୁମ ମାଡ଼ ମାରିଲେ ।  ପରେ ଘର ଭିତରେ ଖୋଳା ଯାଇଥିବା ଗାତ ପୋତିଦେଲେ । ସୂଚନା ଅନୁସାରେ  ରାଇଘର ବ୍ଲକ ହଳଦୀ ପଞ୍ଚାୟତ ର ଡୁମରସିଲ ଗାଁ ର ଜଣେ ବୃଦ୍ଧା  ଟିକାବାଇ  ସନ୍ତା ଙ୍କ ଘରକୁ ପାଟିଆ ସିଲ୍ ଏବଂ ଡୁମରସିଲ ଗ୍ରାମ ର କିଛି ଲୋକ ଆସି ଟିକାବାଇ ଙ୍କୁ ଗୋଟିଏ ହାଣ୍ଡି ରେ ସୁନା ରୂପା ଓ କିଛି ପୁରୁଣା ଟଙ୍କା ଭରା ହାଣ୍ଡି ମହିଳା ଙ୍କ ଘରେ ପୋତା ହୋଇଥିବା କଥା ପଚାରିଥିଲେ । ମହିଳା ଜଣକ ମନା କରିବା ପରେ ବି ତାଙ୍କ ଘର ଭିତରେ ଶାବଳ ସାହାଯ୍ୟ ରେ ୭ ଫୁଟ ଯାଏ ଗାତ ଖୋଲିଦେଲେ । କିନ୍ତୁ ଗୁପ୍ତ ଧନ ବାହାରି ନଥିଲା । ପରେ ମହିଳା ଙ୍କ ଘର ନିକଟ ରେ ରାସ୍ତା ଉପରେ ଜେସିବି ସାହାଯ୍ୟ ରେ ପ୍ରାୟ ୨O ଫୁଟ ଯାଏ ଗାତ ଖୋଲିଦେଲେ । ସେଠାରୁ ବି କିଛି ନବହାରିବା ରୁ ରାଗିଯାଇ ଦୁର୍ବୃତ୍ତ ମାନେ ଟିକାବାଇ ଙ୍କୁ  ଖୋଲିଥିବା ଗାତ ଭିତରକୁ ଠେଲିଦେବା ସହ ନିର୍ଦ୍ଧୁମ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ବୃଦ୍ଧା । ଝରିଗାଁ ବ୍ଲକ୍ ର  ଜଣେ ଗୁଣିଆ  ଙ୍କ କଥାରେ ପଡ଼ି ଏମିତି କାଣ୍ଡ କରିଥିବା ଜଣାପଡିଛି । ଏହି ଘଟଣା କୁ ନେଇ ମହିଳା ଜଣକ ରାଇଘର ଥାନାରେ ଏକ ଏତଲା ଦେଇଛନ୍ତି ।

ଏତଲା ପାଇବା ପରେ  ରାଇଘର ଥାନା ପୋଲିସ  ଘଟଣା ସ୍ଥଳରେ ପହଞ୍ଚି  ତଦନ୍ତ ଆରମ୍ଭ କରିଛି । ମହିଳା ଜଣକ ଗୁଣି ଗାରେଡ଼ି ସହ ଝଡା ଫୁଙ୍କା କରନ୍ତି। ସେହି କାରଣ ରୁ ତାଙ୍କୁ କିଛି ଲୋକ ଗୁପ୍ତ ଧନ ରଖିଥିବା ସନ୍ଦେହ କରି ତାଙ୍କ ଘରେ ଗୁପ୍ତଧନ ଥିବା ସନ୍ଦେହ କରି କିଛି ଲୋକ  ମହିଳା ଙ୍କ ଘର ଓ ରାସ୍ତା ଉପରେ ଖୋଳା ଖୋଳି କରିବା ସହ  ତାଙ୍କୁ  ମାଡ଼ ମାରିଥିବା ଏତଲା ରେ ରହିଛି । ଏନେଇ ରାଇଘର ଥାନା ରେ ୧୪୭/୨୦୨୦ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି । ଏହି ଘଟଣା ଯେଉଁ ମାନେ ସଂପୃକ୍ତ ଅଛନ୍ତି ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉମରକୋଟ ଏସ ଡି ପି ଓ ହେମନ୍ତ କୁମାର ପାଢ଼ୀ କହିଛନ୍ତି ।

ପ୍ରଜ୍ଞା ରଞ୍ଜନ ପରିଡ଼ା, ଡ଼ାବୁଗାଁ, Odisha 1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here