ପ୍ରଥମ ଥର ପାଇଁ ହୋମ ଡେଲିଭରି ସେବା ଯୋଗାଉଛି ସ୍ବଦେଶୀ ଫ୍ରେସ୍

କରୋନା ଜୀବନ ଓ ଜିବିକା କୁ ଦୁହିଁ କୁ ପ୍ରଭାବିତ କରିଛି | ଅନେକଙ୍କୁ ନୂଆ ରାହା ମଧ୍ୟ ଦେଖାଇଛି | ଏମିତି କିଛି ଦେଖିବାକୁ ମିଳିଛି କାମାକ୍ଷନଗର ଅଞ୍ଚଳରେ | ଲକଡାଉନ ରେ ଅନଲାଇନ୍ ହୋମ ଡେଲିଭରି ସେବା ଆରମ୍ଭ କରିଛନ୍ତି ୨୭ ବର୍ଷିୟ ଯୁବକ ଦେବୀଦତ୍ତ ମହାପାତ୍ର | ନିଜ ସହ ନିଜର କିଛି ସାଙ୍ଗ ମାନଙ୍କୁ ମଧ୍ଯ ରୋଜଗାର ଦେଇଛନ୍ତି | ଦେବୀଦତ୍ତ ପ୍ରଥମେ ଇଭେଣ୍ଟ ଏବଂ ଓ୍ବେଡିଙ୍ଗ ପ୍ଲାନିଂ ବ୍ୟବସାୟ କରୁଥିଲେ କିନ୍ତୁ କରେନା ମହାମାରୀ ଏହି ବ୍ୟବସାୟ ସମ୍ପୁର୍ଣ୍ଣ ଭାବେ ବନ୍ଦ ହୋଇଗଲା ଏବଂ ସାଙ୍ଗରେ ରୋଜଗାର ମଧ୍ଯ ବନ୍ଦ ହୋଇଗଲା | ନିଜେ ଆତ୍ମ ନିର୍ଭରଶୀଳ ହେବା ପାଇଁ ମନସ୍ତ କରିଥିବା ଦେବୀଦତ୍ତ ନିଜକୁ ଆଉଥରେ ଆତ୍ମ ନିର୍ଭରଶୀଳ କରିବା ପାଇଁ ମନସ୍ତ କଲେ  | କରୋନା ମହାମାରୀ ପାଇଁ ଲକଡାଉନ ଚାଲିଥିବା ବେଳେ ଲୋକ ବଜାର କୁ ଯାଇ ପନିପରିବା, ଗ୍ରୋସରୀ, ଫଳ, ମାଛ, ମାଂସ ଆଣିବା ପାଇଁ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ସ୍ଵଦେଶୀ ଫ୍ରେସ୍ ନାମରେ ଏକ ହୋମ୍ ଡେଲିଭରି ସର୍ଭିସ୍ ଆରମ୍ଭ କରିଥିଲେ ଯେଉଁଥିରେ ଲୋକଙ୍କୁ ନିଜ ଘରେ ସବୁ ଜିନିଷ ପହଞ୍ଚି ଗଲା  | ଧୀରେ ଧୀରେ ଢେଙ୍କାନାଳ, କାମାକ୍ଷନଗର ର ବିଭିନ୍ନ ଅଞ୍ଚଳ ରେ ଚାହିଦା ବଢିବାରେ ଲାଗିଲା | ପରେ ପରେ ସ୍ବଦେଶୀ ଫ୍ରେସ୍ ର ୱେବ୍ ସାଇଟ୍ ଏବଂ ମୋବାଇଲ ଆପ୍ଲିକେସନ୍ ଲଞ୍ଚ ହେଲା | ଲୋକଙ୍କ ଚାହିଦା ଅନୁସାରେ ଲୋକଙ୍କୁ କ୍ୱାଲିଟି ଜିନିଷ ମିଳିବା ସାଙ୍ଗକୁ ରିହାତି ଦର ରେ ଜିନିଷ ମିଳିବାକୁ ଲଗିଲା | ପ୍ରଥମେ ପ୍ରଥମେ ଗୋଟିଏ ଦୁଇଟି ଅର୍ଡ଼ର ଆସୁଥିବା ବେଳେ ଏବେ ଦିନକୁ ପ୍ରାୟ ୯୦ ରୁ ୧୦୦ ଟି ଅର୍ଡର ଆସୁଛି ସକାଳୁ ୭:00 ରୁ ରାତି ୧୦:00 ପର୍ଯ୍ୟନ୍ତ ଡେଲିଭରି ସୁବିଧା ଅଛି | ନିଜର ଗ୍ରାହକ ମାନଙ୍କୁ ଆକର୍ଷଣୀୟ ଅଫର ସହିତ ରିହାତି ଦରରେ ଭଲ ଜିନିଷ ମିଳିବା ଗ୍ରାହକଙ୍କୁ ଆକ୍ରୁଷ୍ଟ କରୁଛି | ସ୍ବଦେଶୀ ଫ୍ରେସ୍ ଦ୍ବାରା ନିଜେ ସ୍ବାବଲମ୍ବି ହେବା ସହ ନିଜର ସାଙ୍ଗମାନଙ୍କୁ ନିହାର ରଂଜନ ରାଉତ, ପ୍ରୀତିରଞ୍ଜନ ବାରୀକ, ସୌମ୍ୟରଞ୍ଜନ ସାହୁ ଏବଂ ଆହୁରି ଅନେକ ଙ୍କୁ ମଧ୍ଯ ସ୍ବାବଲମ୍ବି କରିଛନ୍ତି |

ଦେବୀଦତ୍ତ କହିଛନ୍ତି ଆଗକୁ ନିଜ ଅଞ୍ଚଳରେ ବେକାର ଥିବା ଜୁବକ ମାନଙ୍କୁ ଆଗାମୀ ଦୀନରେ ନିଜୁକ୍ତି ଦେବାର ଲକ୍ଷ୍ୟ ରଖିଛନ୍ତି |ସ୍ଥାନିୟ ବାସିନ୍ଦା କହିଛନ୍ତି ଏହା ଏକ ଅତ୍ୟନ୍ତ ଭଲ ଜିନିଷ ଆରମ୍ଭ ହୋଇଛି କରୋନା କାଳରେ ଲୋକମାନେ ବଜାରକୁ ନଜାଇ ନିଜ ଘରେ ଜିନିଷ ଶସ୍ତା ରେ ପାଇପାରୁଛନ୍ତି | ଏଥିପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା ର ସୁଅ ଛୁଟିଛି I

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here