ଶାଳ ସାଇଜ କାଠ ଜବତ , ୨ ଗିରଫ

ଡାବୁଗାଁ, ୨୩/୧୦ ବୁଧବାର ଅପରାହ୍ନରେ ନବରଙ୍ଗପୁର ଜିଲା ଡାବୁଗାଁ ବନାଞ୍ଚଳ ଅଧୀନ ମଙ୍ଗରାଚଚରା ଗ୍ରାମକୁ ଲାଗିଥିବା କୋଇଲାରି ସଂରକ୍ଷିତ ଜଙ୍ଗଲ ନିକଟରେ ମଙ୍ଗରାଚଚରା ଗ୍ରାମର ୨ ଜଣ ବ୍ୟକ୍ତି ସାଇଜ କାଠ କାଟି ପଟା କରୁଥିବା ସମୟରେ ଡାବୁଗାଁ ବନ ବିଭାଗ ଚଢାଉ କରି ୨ ଜଣଙ୍କୁ ଗିରଫ କରିଥିଲା  | ସୂଚନାଯୋଗ୍ୟ :- ବୁଧବାର ଅପରାହ୍ନରେ ବନ ବିଭଗ  ଖବର ପାଇ  ମଙ୍ଗରାଚଚରା  ଗ୍ରାମ ନିକଟରେ ସେହି ଗ୍ରାମର ପୁସ୍ତମ ଭତ୍ରା (୪୦) ଓ ଟମନ ଭତ୍ରା (୨୮) ଶାଳ ଗଣ୍ଡିକୁ ଏକ କରତ ସାହାଯ୍ୟରେ ପଟା କାଟୁଥିବା ବେଳେ ବନ ବିଭାଗ କର୍ମଚାରୀ ଚଢାଉ କରି ୨ ଜଣଙ୍କୁ ଗିରଫ କରିବା ସହ ଘଟଣା ସ୍ଥଳରୁ ୧ ଟି ଟାଙ୍ଗିଆ, ୧ଟି ହାତ କରତ ଓ କିଛି ସାଇଜ କାଠ ଜବତ କରିଥିଲେ | ଜବତ କାଠର ଆନୁମାନିକ ସରକାରୀ ମୂଲ୍ୟ ୨୦ ହଜାରରୁ ଊର୍ଦ୍ଧ୍ଵ ହେବ ବୋଲି ବନାଞ୍ଚଳ ଅଧିକାରୀ ସେତୁରଞ୍ଜନୀ ଗମାଙ୍ଗୋ ସୂଚନା ଦେଇଛନ୍ତି | ଏହି ଚଢାଉରେ ଡାବୁଗାଁ ବନପାଳ ଲକ୍ଷ୍ମୀକାନ୍ତ ସାହୁ, ମଇଦଲପୁର ବନପାଳ ଉମାକାନ୍ତ ପଟ୍ଟନାୟକ, ଜଟାବାଲ ବନପାଳ ରାମଚନ୍ଦ୍ର ଜାନୀ, ବନରକ୍ଷୀ ପ୍ରକାଶ ସରକାର ଓ ମନୋରଞ୍ଜନ ନାୟକ ଙ୍କ ଅନ୍ୟ କର୍ମଚାରୀ ମାନେ ସାମିଲ ଥିଲେ | ଏନେଇ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟ|ଳୟ କେସ ନଂ ୧୬୦/୨୦୨୦-୨୧ ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ୨ ଜଣଙ୍କୁ ଗୁରୁବାର ଅପରାହ୍ନରେ କୋର୍ଟ ଚାଳଣ କରାଯାଇଛି |                                                                                                                                     

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ, Odisha1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here