ଯୁବ ସମାଜର ଉନ୍ନତି ରେ ହିଁ ଦେଶ ତଥା ରାଜ୍ୟ ର ଅର୍ଥନୀତି ପ୍ରଭାବିତ ହୋଇଥାଏ :

ସାଂପ୍ରତିକ ସ୍ଥିତିରେ ଯୁବ ସମାଜର ବିକାଶ ଦିଗରେ ସମସ୍ତ ରାଜନୈତିକ ଦଳ କୁ ଚିନ୍ତା କରିବା ପାଇଁ ପଡିବ । ରାଜଗାଙ୍ଗପୁରର ଯୁବକ ମାନେ ଆଜି ନିରାଶ୍ରୟ ଅବସ୍ଥାରେ ଅଛନ୍ତି, ପାଠ ପଢି ମଧ୍ୟ ସେମାନେ ବେକାର ।ସରକାରୀ ଓ ବେସରକାରୀ ସବୁ ସ୍ତରରେ ନିଯୁକ୍ତିର ବାଟ ବନ୍ଦ କରିଛି ଏହି କୋଭିଡ-୧୯ ମହାମାରୀ । କିଛି ଯୁବକ ବନ୍ଧୁ ମାନସିକ ସ୍ତରରେ ଅଶାନ୍ତ ହୋଇପଡିଛନ୍ତି । ଏହିଭଳି ଏକ କର୍ମଶାଳା ରେ ଯୋଗଦେଇଥିଲି ଓ ଯୁବକ ମାନଙ୍କୁ ନିଜ ଲକ୍ଷ୍ୟ ରୁ ବାଟବଣା ନ ହେବା ପାଇଁ ପରାମର୍ଶ ଦେଲି । ଓଡ଼ିଶା ସରକାର ଓ ଭାରତ ସରକାର  ବିଭିନ୍ନ ଜିଲ୍ଲା ତଥା ରାଜ୍ୟସ୍ତରୀୟ ଯେଉଁ ଧନ୍ଦାମୂଳକ ଶିକ୍ଷାନୁଷ୍ଠାନ ଖୋଲିଛନ୍ତି, ସେଥିରୁ ଲାଭ ଉଠାଇବା ପାଇଁ ଯୁବକ ମାନଙ୍କୁ ବୁଝାଇଲି । ରାଜଗାଙ୍ଗପୁର ଅଞ୍ଚଳରେ ଥିବା ଯୁବକ ଓ ଯୁବତୀ ମାନଙ୍କୁ କିପରି ଭାବରେ ନିଯୁକ୍ତି ଦିଆଯାଇପାରିବ ସରକାରୀ ଓ ବେସରକାରୀ ସଂସ୍ଥା ମାନଙ୍କରେ ତାହା ଆଗମୀ ଦିନରେ ରାଜ୍ୟସ୍ତରୀୟ ନେତୃବୃନ୍ଦ, ଶିକ୍ଷାବିତ୍ ମାନଙ୍କର ପରାମର୍ଶ ନେଇ କାମ କରିବି  ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here