ଚାଷୀ ମାନଙ୍କୁ ପନିପରିବା ବିହନ ମିନି କିଟ ବଣ୍ଟନ

ଡାବୁଗାଁ, ୨୩/୧୦ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅଧୀନ ଧାମନାଗୁଡା ପଞ୍ଚାୟତ କାର୍ଯ୍ୟ|ଳୟ ଠାରେ ଉଦ୍ୟାନ ବିଭାଗ ତରଫରୁ ରବି ଋତୁରେ ଚାଷୀ ମାନଙ୍କୁ ପନିପରିବା ବିହନର ମିନିକିଟ ଗୁରୁବାର ବଣ୍ଟନ କରାଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ଝରିଗାଁ ବିଧାୟକ ଙ୍କ ବ୍ଲକ ପ୍ରତିନିଧି ରାମଧର ମାଝୀ ଯୋଗ ଦେଇ ଚାଷୀ ମାନଙ୍କୁ ବିହନ କିଟ ବଣ୍ଟନ କରିଥିଲେ | ଏହି କାର୍ଯ୍ୟକ୍ରମରେ ସରପଞ୍ଚ ସୁନାମଣି ମାଝୀ, ନାଏବ ସରପଞ୍ଚ ମନୁ ଭତ୍ରା, ପଞ୍ଚାୟତ ନିର୍ବାହୀ ଅଧିକାରୀ ଜୀମୂତ ବାହନ ଭଟ୍ଟ, ଚାଟିଗୁଡା ପୂର୍ବତନ ସରପଞ୍ଚ ଫଗୁଣ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ | ଏଥିରେ ମୋଟ ୭୫ ଜଣ ଚାଷୀଙ୍କୁ ବିହନ ବଣ୍ଟନ କରଯାଇଥିଲା | ଏହି କାର୍ଯ୍ୟକ୍ରମ କୁ ଉଦ୍ୟାନ କର୍ମଚାରୀ ରାମଚନ୍ଦ୍ର ଭତ୍ରା ପରିଚାଳନା କରିଥିଲେ |                                               

                                                                                                                   

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ, Odisha1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here