ଲୋକାର୍ପିତ ହେଲା ଉଦୀୟମାନର ମୁଖ ପତ୍ର ” ଆଶା ”

 ଆଜି ପବିତ୍ର ମହା ପଂଚମୀ ତିଥିରେ ପାର୍ବଣ ପୂଜା ସଂଖ୍ୟା ଆଶା କୁ ଉନ୍ମୋଚନ କରିଛନ୍ତି ବଡଚଣାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅମର ପ୍ରସାଦ ଶତପଥୀ । ଶ୍ରୀଯୁକ୍ତ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତ୍ରିକାର ଉତ୍ତରୋତ୍ତର ଉନ୍ନତି କାମନା କରିବା ସହିତ ବର୍ତ୍ତମାନ ପରିସ୍ଥିତିରେ ପତ୍ର ପତ୍ରିକା ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ପୁସ୍ତିକା ଉନ୍ମୋଚନ ସଭାରେ ମୁଖ୍ଯ ବକ୍ତା ଭାବେ ବରିଷ୍ଠ ସ୍ତମ୍ଭାକାର ତଥା ପ୍ରାବନ୍ଧିକ ଡକ୍ଟର ସର୍ବେଶ୍ଵର ସେଣ  ସମ୍ମାନୀତ ବକ୍ତା  ଡକ୍ଟର ସନ୍ତୋଷ କୁମାର ମହାପାତ୍ର ସମ୍ମାନିତ ଅତିଥି ସମାଜ ସେବୀ ଶ୍ରୀଯୁକ୍ତ କାହ୍ନୁଚରଣ ଦାଶ ଯୋଗ ଦେଇ  ଓଡିଆ ଭାଷା ସଂସ୍କୃତି ଓ ପରମ୍ପରା ଉପରେ ଆଲୋକପାତ କରିଥିଲେ ।

ଏହି ସଭାରେ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ଜେନା  ଶ୍ରୀଯୁକ୍ତ ନରେନ୍ଦ୍ର କୁମାର ପ୍ରତାପ  ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ନିଶାରାଣୀ ପଣ୍ଡା   ସାମ୍ବାଦିକ ତଥା ପତ୍ରିକା ସମ୍ପାଦକ ଶ୍ରୀଯୁକ୍ତ ଅଖିଳ କୁମାର ସ୍ଵାଇଁ ସମାଜ ସେବୀକା ଚିନ୍ମୟୀ ଦାସ ଶିକ୍ଷକ ମନୋରଂଜନ କର ତନ୍ତ ଶିଳ୍ପି ନାରାୟଣ ଚନ୍ଦ୍ର ଦାସ ଡକ୍ଟର ଦିଲ୍ଲୀପ କୁମାର ନାୟକ  ପ୍ରମୁଖଙ୍କୁ ମାନପତ୍ର ଉପଢୌକନ ଓ ପୁସ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ଉକ୍ତ ବୈଠକରେ ଅନୁଷ୍ଠାନର ସଭାପତି ଅବିନାଶ ଜେନା ସଭାପତିତ୍ବ କରିଥିବା ବେଳେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ବାସୁଦେବ ଶତପଥୀ ସଭା ପରିଚାଳନା ଅନୁଷ୍ଠାନର ବରିଷ୍ଠ ଉପଦେଷ୍ଟା କାହ୍ନୁଚରଣ ସାହୁ ସ୍ଵାଗତ ଭାଷଣ ଏବଂ ଉପସ୍ଥିତ ପ୍ରକାଶ କୁମାର ନାୟକ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ସମାଜ ସେବୀ ଚନ୍ଦନ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଉପଦେଷ୍ଟା  ଲାଲବିହାରି ଜେନା ସୁରେନ୍ଦ୍ର ନାଥ ନାୟକ ଚରଣ ଉଦୟ ନାଥ ସାହୁ ଗାୟକ ଗୟାଧର ମହାପାତ୍ର ଅନନ୍ତ ପ୍ରସାଦ ମାହାଲା ହିମାଂଶୁ ଶେଖର ପଣ୍ଡା ପ୍ରଶ୍ରନ୍ନ କୁମାର ଜେନା  ଅମିୟ କୁମାର ପରିଡା  ସଙ୍କର୍ଷଣ ପରିଡା କାର୍ତ୍ତିକ ଚନ୍ଦ୍ର ଜେନା ବିର କିଶୋର ପଣ୍ଡା ଡକ୍ଟର କୈବଲ୍ୟ ମହାପାତ୍ର ତାପସ ରଞ୍ଜନ ସ୍ଵାଇଁ ଅବିନାଶ କୁମାର ପଣ୍ଡା ସାଗର ରଞ୍ଜନ ନାୟକ ଅଜିତ କୁମାର ନାୟକ ତ୍ରିଲୋଚନ ଦାସ ତପନ କୁମାର ଦାସ ତପନ କୁମାର ବରାଳଙ୍କ ସମେତ  ସମିତି ସଭ୍ୟ ନିରଂଜନ ସେନାପତି ସୁର୍ଯ୍ୟସ୍ତର ସଂପାଦକ ବିବେକାନନ୍ଦ ରାୟ  କବି ନିରଂଜନ  ଜେନା ଭୁଷୁଣ୍ଡପୁର ସରପଂଚ ଯଯାତି କେଶରୀ ରାଉତ ଚନ୍ଦନ କୁମାର ପଣ୍ଡା ମଦନମୋହନ ପରମାଣିକ ସୁଶାନ୍ତ କୁମାର ଜେନା ଯୋଗ ଗୁରୁ ବିଜୟ କୁମାର ଦାସ  ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବେଦ ପ୍ରକାଶ ମଲ୍ଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସରଶ ସୁନ୍ଦର କରିଥିଲେ।

ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ଵାରା ଯାଜପୁରର ଅଧିଧାତ୍ରୀ ମାଆ ବିରଜାଂକ ପଂଟୋଚିତ୍ରରେ ଅତିଥି ମାନଙ୍କ ଦ୍ଵାରା ମାଲ୍ୟାର୍ପଣକରି ପ୍ରଦିପ ପ୍ରଜ୍ଜଳିତ କରିବା ସହିତ ବେଦପାଠ କରାଯାଇଥିଲା

ଏହି ବେଦ ପାଠ କନକଲତା ସାମଲ ଗାନ କରିଥିବା ବେଳେ ପ୍ରାପ୍ତି ପରମପିତା ନାୟକ ଓ ନିଗମ ପ୍ରଶାଦ ପଣ୍ଡା ଦେଶାମତ୍ବୋଧ ଓ ସ୍ୱଗତ ସଂଗୀତ ଗାନ କରିଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here