ସ୍ୱର୍ଗତ ଗୋବିନ୍ଦ ଚନ୍ଦ୍ର ପରିଡାଙ୍କ ଏକାଦଶ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା ।

ଆଜି କେନ୍ଦ୍ରାପଡା ବାରୋଠାରେ ଥିବା ଭାବଗ୍ରାହୀ କଳା ନିକେତନର ନୂର୍ତ୍ୟଗୃହ ପରିସର ମଧ୍ୟରେ ସ୍ୱର୍ଗତ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ପରିଡାଙ୍କ ଏକାଦଶହ ଉପଲକ୍ଷେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା କାର୍ଯ୍ୟକ୍ରମ ଶ୍ରୀଯୁକ୍ତ ବିମଳ ପରିଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀଯୁକ୍ତ ଗଣେଶ୍ଵର ବେହେରା ଏବଂ ସମ୍ମାନୀୟ ଅତିଥିଭାବେ  ଜନଶକ୍ତି ପାର୍ଟିର ସଭାପତି ତଥା ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଦାଶ ଯୋଗଦେବା ସଂଗେ ସଂଗେ ଅଭିସେକ୍ ବିଶ୍ୱାଳ,ପୂର୍ବତନ ସରପଞ୍ଚ ଭାଗିରଥୀ ଜେନା,କେୱାଇଜେଏର ସଭାପତି ପ୍ରଫୁଲ୍ଲ କୁମାର ଦାସ, ଭୀମସେନ୍ ପ୍ରଧାନ,ଶରୋଜ କାନ୍ତ ପରିଡା,ବସନ୍ତ କୁମାର ପରିଡା, ସଂଜୟ କୁମାର ପରିଡା,ରାମନାରାୟଣ ମହାନ୍ତି,କମଳାକାନ୍ତ ପରିଡା ଏବଂ ଶତାଧିକ ବ୍ୟକ୍ତି ଉପସ୍ଥିତ ରହି ୨ମିନିଟ୍ ପାଇଁ ନୀରବ ପ୍ରାର୍ଥନା କରିବା ସହିତ ସ୍ୱର୍ଗତ ପରିଡାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତି ଚାରଣ କରିଥିଲେ । ଏବଂ ଭାବଗ୍ରାହୀ କଳାନିକେତନର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସ୍ୱର୍ଗତ ପରିଡାଙ୍କ ଉଦ୍ଧେଶ୍ୟରେ ଏକ ଭାବ ଭକ୍ତିପୂନ୍ନ ସଂଗୀତ ଗାନ କରାଯିବା ସହିତ ମଞ୍ଚାସୀନ ଅତିଥିମାନେ କେନ୍ଦ୍ରାପଡାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ଶିଦ୍ଧ ବଳଦେବଜୀଉଙ୍କ ନିକଟରେ ସ୍ୱର୍ଗତ ପରିଡାଙ୍କ ଅମର ଆତ୍ମାକୁ ସଦଗତୀ ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here