ପୁଣିଥରେ ଦେଖିବା କୁ ମିଳିଛି ଜନନୀ ଯନ୍ତ୍ରଣା । ୩ କିଲୋମିଟର ଭାର ରେ ବୁହାହେଲେ ଗର୍ଭବତୀ

ଡାବୁଗାଁ, ୨୧/୧୦ ନବରଙ୍ଗପୁର ଜିଲ୍ଲା ଝରିଗାଁ  ବ୍ଲକ ସଦର ପଞ୍ଚାୟତ କୋଟନାଚୁଆଁ ଗ୍ରାମରେ  ଦେଖିବା କୁ ମିଳିଛି ଜନନୀ ଯନ୍ତ୍ରଣା । ରାସ୍ତା ନଥିବା ଯୋଗୁଁ ଗାଁ କୁ ୧୦୮  ଆମ୍ଭୁଲାନ୍ସ ଯାଇ ନ ପାରିବାରୁ ପରିବାର ଲୋକେ  ଗର୍ଭବତୀ ଙ୍କୁ ୩ କିଲୋମିଟର ଝରିଗାଁ ଚନ୍ଦାହାଣ୍ଡି  ମୁଖ୍ୟ ରାସ୍ତା ହାତୀବାଡି ପର୍ଯ୍ୟନ୍ତ ଖଟିଆ ରେ ଭାର କରି ଆଣିଥିଲେ । ପ୍ରାପ୍ତ ସୂଚନା ଅନୁସାରେ କୋଟନା ଚୂଆଁ ଗ୍ରାମର  ଲକ୍ଷ୍ମୀଧର ସାନ୍ତା ଙ୍କ  ସ୍ତ୍ରୀ ବିଜୟା ସାନ୍ତା ଙ୍କୁ ପ୍ରସଵ ବେଦନା ଆରମ୍ଭ ହେଵାରୁ ଗ୍ରାମର ଆଶା କର୍ମୀ  ଦୂର୍ମୀଲା ମାଝୀ ଙ୍କୁ ପରିବାର ଲୋକେ ଖଵର ଦେବାରୁ  ପ୍ରସବ ପାଇଁ ଝରିଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ନେଵାପାଇଁ ୧୦୮ କୁ ଫୋନ କରିବାରୁ  ରାସ୍ତା ନଥିବା ଯୋଗୁଁ 108 ଆମ୍ଭୁଲାନ୍ସ  ଗାଁ କୁ ଯାଇ ନପାରି  ୩ କି ମି ଦୂର ହାତୀବାଡି ମୁଖ୍ୟ ରାସ୍ତା ପାଖରେ ଅଟକି ରହିଥିଲା । ଗର୍ଭବତୀ କୁ ପରିବାର ଲୋକେ ଭାର ରେ ବହି ଆଣିବା ସମୟରେ ଖଟ ଉପରେ ହିଁ ଖୋଲା ଆକାଶ ତଳେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ତେବେ ୩ କିଲୋମିଟର ଭାର ରେ ବୁହା ହେବା ପରେ 108 ଆମ୍ଭୁଲାନ୍ସ ଦ୍ୱାରା ଝରିଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର କୁ ପହଞ୍ଚାଇଥିଲେ ।  ଉଭୟ ମାଁ ଏବଂ ଝିଅ ର ସ୍ଵାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଡାକ୍ତର ସୂଚନା ଦେଇଛନ୍ତି । କୋଟନାଚୁଆଁ ଗ୍ରାମ ଝରିଗାଁ ବ୍ଲକ ସଦର ରୁ ୧୦  କିଲୋମିଟର ହୋଇଥିବା ବେଳେ ୩ କିଲୋମିଟର ରାସ୍ତାର ଅବସ୍ଥା ଅତି ଶୋଚନୀୟ । ଝରିଗାଁ ବ୍ଲକ ରେ ରାସ୍ତା ଅଭାବ ଯୋଗୁଁ ବାରମ୍ବାର ଏହିପରି ଜନନୀ ଯନ୍ତ୍ରଣା ଘଟୁଥିବା ରୁ ସାଧାରଣ ରେ ନିନ୍ଦା କରାଯାଇଛି ।                   

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ, Odisha1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here