ଡାବୁଗାଁ ପଞ୍ଚାୟତ ସମିତି ସାଧାରଣ ବୈଠକ

ଡାବୁଗାଁ, ୨୧/୧୦ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ବ୍ଲକ ଅଧ୍ୟକ୍ଷ ବଂଶୀଧର ମାଝୀ ଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସମିତି ର ସାଧାରଣ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି |  ଏଥିରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପଶୁପାଳନ, ମତ୍ସ୍ୟ, ଉଦ୍ୟାନ, ମୃତ୍ତିକା ସଂରକ୍ଷଣ, ସମନ୍ଵିତ ଶିଶୁ ବିକାଶ, ସାଧାରଣ ବଣ୍ଟନ, ସାମାଜିକ ସୁରକ୍ଷା ଓ ପେନସନ ଏବଂ ଉନ୍ନୟନ  ମୂଳକ କାର୍ଯ୍ୟ ଗୁଡିକ ଉପରେ ଆଲୋଚନା ହୋଇଥିଲା | ପ୍ରଥମେ ଗ୍ରାମ ପଞ୍ଚାୟତ ସଂମ୍ପ୍ରସାରଣ ଅଧିକାରୀ ସଦାଶିବ ସାହୁ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ | କୃଷି ବିଭାଗ ଅଧିକାରୀ ଚଳିତ ବର୍ଷ ସରକାରଙ୍କ ଚାଷୀ ମାନଙ୍କ ପାଇଁ ବଲରାମ ଯୋଜନା ସମ୍ପର୍କରେ କହିଥିଲେ | ଏଥିରେ ସିଡିପିଓ କହିଥିଲେ ଯେ ବ୍ଲକ ର ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ର ଗୁଡିକ ଅସୁରକ୍ଷିତ ଅବସ୍ଥାରେ ରହିଛି | ଏନେଇ ଏହାର ମରାମତି ପାଇଁ ବ୍ଲକ ପ୍ରଶାସନ କୁ ନିର୍ଦ୍ଦେଶ ଦିଆଯାଇଥିଲା | ଚଚରାଗୁଡା ସରପଞ୍ଚ ଅଭିଯୋଗ କରିଥିଲେ ଯେ ଚଚରାଗୁଡା ଗ୍ରାମରେ   ଅଙ୍ଗନୱାଡି କର୍ମୀ ପଦବୀ ଦୀର୍ଘ ଦିନ ହେଲା ଖାଲି ପଡିଛି | ଉକ୍ତ ସ୍ଥାନରେ ନୂତନ ଅଙ୍ଗନୱାଡି କର୍ମୀ ନିଯୁକି କରିବାକୁ ସିଡିପିଓ ଙ୍କୁ ନିର୍ଦ୍ଦେଶ ଦିଆଯାଅଥିଲା | ନନ୍ଦପୁରା ସରପଞ୍ଚ ଅଭିଯୋଗ କରିଥିଲେ ଯେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜନ୍ମ ଓ ମୃତ୍ୟୁ ପ୍ରମାଣପତ୍ର ମିଳିବାରେ ବିଳମ୍ବ ହେଉଛି | ଏନେଇ ଚିକିତ୍ସାଧିକାରୀ ତୁରନ୍ତ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା | ନନ୍ଦପୁରା-୨ ଓ ବଡଓଲମା ଗ୍ରାମରେ ପାନୀୟଜଳ ସମସ୍ୟା ଦେଖାଯାଉଥିବା ନେଇ ସରପଞ୍ଚ ମାନେ ଅଭିଯୋଗ କରିଥିଲେ | ଏହାର ଶୀଘ୍ର ସମାଧାନ ପାଇଁ ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା | ପଞ୍ଚଦଶ ଅର୍ଥ କମିଶନ ଓ ରାଜ୍ୟ ଅର୍ଥ କମିଶନ ଅନୁଦାନରେ ପ୍ରାଣୀଧନ ସହାୟକ କେନ୍ଦ୍ର ଗୃହ, ବିଦ୍ୟାଳୟ ଗୃହ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ମରାମତି କରାଯାଇପାରିବ ବୋଲି ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ସୂଚନା ଦେଇଥିଲେ | ଏହି ବୈଠକରେ ଜିଲପରିଷଦ ଉପାଧ୍ୟକ୍ଷା ନିବେଦିତା ମହାନ୍ତି, ବ୍ଲକ ଉପଧକ୍ଷା ସୁଷମା ବିଶୋୟୀ, ଜିଲାପରିଷଦ ସଭ୍ୟା ମାଳତୀ ମାଝୀ, ସାଂସଦ ପ୍ରତିନିଧି ଏମ୍॰ ଆପ୍ପା ରାଓ, ବିଧାୟକ ପ୍ରତିନିଧି ଏମ॰ ବୁଲୁ ରାଓ, ସହକାରୀ ଯନ୍ତ୍ରୀ ବିଜୟ କୁମାର ସିଂ, ସିଡିପିଓ ଯମୁନା ଭତ୍ରା, ବ୍ଲକ ପ୍ରାଣୀଚିକିତ୍ସାଧୀକାରୀ ବିଧୂତ ଶେଖର ମିଶ୍ର, ସହକରି କୃଷି ଅଧିକାରୀ ଦୂର୍ଯ୍ୟଧନ ଜାନୀ, ମୃତ୍ତିକା ସଂରକ୍ଷଣ ଅଧିକାରୀ ପ୍ରଳୟ ପ୍ରଭଞ୍ଜନ ପ୍ରସାଦ ପାଢୀ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ମହେଶ ଚନ୍ଦ୍ର ସାହା, ବନପାଳ ଲକ୍ଷ୍ମୀକାନ୍ତ ସାହୁ ଓ ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ |                                                                                                                                                                                                    

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ, Odisha1TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here