ରାଉରକେଲା ପୋଲିସ୍ ପ୍ରଶାସନ ତରଫରୁ ଶହୀଦ ଦିବସ ପାଳନ, ପଶ୍ଚିମାଞ୍ଚଳ ଡିଆଇଜି ସୁଶ୍ରୀ କବିତା ଜଲାନି ମୁଖ୍ୟ ଅତିଥି ଭାବେ ଯୋଗଦାନ ଦେଇଥିଲେ I

ରାଉରକେଲା ପୋଲିସ୍ ପ୍ରଶାସନ ତରଫରୁ ଆଜି ୬୧ତମ ଶହୀଦ ଦିବସ ସ୍ଥାନୀୟ ରିଜର୍ଭ ପୋଲିସ୍ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପଶ୍ଚିମାଞ୍ଚଳ ଡିଆଇଜି ସୁଶ୍ରୀ କବିତା ଜଲାନି ଯୋଗଦାନ କରି ଶହୀଦ ଦିବସ ଅବସରରେ ଦେଶ ଓ ସମାଜ ପାଇଁ ଜୀବନ ବଳିଦାନ ଦେଇଥିବା ଶହୀଦମାନଙ୍କ ସ୍ମୃତିଚାରଣ କରି ସେମାନଙ୍କ ଉଦ୍ଦେଶ୍ୟରେ ପୁଞ୍ଜଳି ପ୍ରଦାନ ପୂର୍ବକ ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ । ପରେ ଆୟୋଜିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରି ଶହୀଦମାନଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ , ଯେଉଁମାନେ ଦେଶ ଓ ସମାଜ ପାଇଁ ନିଜର ଜୀବନକୁ ବାଜି ଲଗାଇ ଜୀବନ ବଳିଦାନ ଦେଇଛନ୍ତି ସେମାନେ ଆମର ଗର୍ବ ଓ ଗୌରବ । ତାଙ୍କର ଏହି ମହାନ ବଳିଦାନ ଆମକୁ ଆଗକୁ ବଢିବାକୁ ପ୍ରେରଣା ଯୋଗାଇ ଦେଉଛି । ସେମାନେ ସବୁବେଳେ ଜନମାନସରେ ବିରସ୍ମରଣୀୟ ହୋଇ ରହିବେ । ଚଳିତ ବର୍ଷ ପୋଲିସ୍ ବିଭାଗ ତରଫରୁ ବିଭିନ୍ନ ଘାତ ପ୍ରତିଘାତକୁ ଭୁକ୍ଷେପ ନ କରି କରୋନା ମହାମାରୀ ସମୟରେ ଦାୟିତ୍ବରତ ପୋଲିସ୍‌ କର୍ମଚାରୀ , ସ୍ବାସ୍ଥ୍ୟ କର୍ମଚାରୀ ତଥା ଅନ୍ୟାନ୍ୟ କର୍ତ୍ତବ୍ୟରତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ନିଜର ଜୀବନକୁ ବଳିଦାନ ଦେଇଛନ୍ତି ସେମାନଙ୍କ ସ୍ମୃତିଚାରଣ କରିବା ସହ ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପୁନଶ୍ଚ ଶହୀଦ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଥିଲେ । ଏହି ଶହୀଦ ଦିବସ ପାଳନ ଅବସରରେ ରାଉରକେଲା ଆରକ୍ଷୀ ଅଧିକ୍ଷକ କେ.ଶିବା ସୁବ୍ରମଣି , ଆଇପିଏସ୍ ( ପ୍ରୋବେସନାରୀ ) ସ୍ନାତୀ ଏସ୍.କୁମାର , ଏଏସ୍‌ପି ମୋହନପାଣି କାରୁଆ ଓ ରଣଜିତ ଭୋଇ , ଡିଏସ୍‌ପି ଡିଆଇବି ଲମ୍ବୋଦର ବୁଡା , ଡିଏସ୍‌ପି ଜୋନ୍ – ୨ର ଅସୀମ କୁମାର ପଣ୍ଡା , ଡିଏସ୍‌ପି ଜୋନ୍- ୧ର ଜ୍ୟୋତିର୍ମୟୀ ଭୁକ୍ତା , ପାନପୋଷ ଏସ୍‌ଡିପିଓ ଏସ୍.ଏନ୍ . ସାମଦ , ଡିଏସ୍‌ପି ପି.କେ. ବାଲୀ ଓ ସୁନୀଲ ସୋରେନ , ଡିଏସ୍‌ପି ( ପ୍ରୋବେସନ ) ମୀରା ନାୟକ , ଡେପୁଟି କମାଣ୍ଡାଣ୍ଟ ଜି.ନାୟକ , ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଏସ୍.କେ. ନାୟକ ପ୍ରମୁଖଙ୍କ ସମେତ ପୋଲିସ୍ ବିଭାଗର ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଆୟୋଜିତ ପ୍ୟାରେଡ୍‌ କାର୍ଯ୍ୟକ୍ରମ ଆରଆଇ ଦୀପି ଜେନାଙ୍କ ନେତୃତ୍ବରେ ପରିଚାଳିତ ହୋଇଥିବା ବେଳେ ସର୍ଜନ ଏସ୍.କେ. ବେହେରା ସେକେଣ୍ଡ ଇନ୍ କମାଣ୍ଡାଣ୍ଟ ଭାବେ ସହଯୋଗ କରିଥିଲେ । ଶହୀଦ ଦିବସ ପାଳନ ଅବସରରେ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା କୋଭିତ୍ବ ସମ୍ପର୍କିତ ସମସ୍ତ ମାର୍ଗଦର୍ଶିକା ଅନୁପାଳନପୂର୍ବକ କାର୍ଯ୍ୟକ୍ରମ କରାଯାଇଥିବା ବେଳେ ସରକାରଙ୍କ କୋଭିଜନିତ ମାର୍ଗଦର୍ଶିକାକୁ ପାଳନ କରିବାକୁ ଜନସାଧାରଣଙ୍କୁ ଆହ୍ବାନ ଦିଆଯାଇଛି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here