ରାଉରକେଲାର ଏନଆଇଟି ଛାତ୍ର ଜଣେ ବିଶ୍ୱ ସ୍ଥରରେ ନୋବେଲ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ :

ରାଉରକେଲା ସହରର ଏନଆଇଟି ଇନଷ୍ଟିଚ୍ୟୁଟରେ ୨୦୦୫ ମସିହାରୁ ପାଠପଢି ଥିବା ପ୍ରଣବ ଖଇତାନ କମ୍ପୁଟର ବିଜ୍ଞାନ ବିଭାଗର ଛାତ୍ର ଏକ ବଡ଼ ସଫଳତା ହାସଲ କରିଛନ୍ତି । କେବଳ ରାଉରକେଲା ନୁହେଁ ସମଗ୍ର ରାଜ୍ୟ ଓ ଦେଶ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ରାଉରକେଲା ସହର ମେନ ରୋଡ ପାଖରେ ତାଙ୍କର ଘର ଥିବା ବେଳେ ବର୍ତ୍ତମାନ ତାଙ୍କର ବାପା ମା କଲିକତାରେ ରହୁଛନ୍ତି । ପ୍ରଣବ ଖଇତାନ ବିଶ୍ୱ ସ୍ଥରରେ ନୋବେଲ ପୁରସ୍କାରରେ ସାମିଲ ହେବା ନେଇ ଯୋଗ୍ୟ ବିବେଚିତ ହୋଇଥିବା ଜାଣିବା ପରେ ତଙ୍କ ନିକଟକୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି । ଭାରତ ବର୍ଷରେ ଗରିବ ବା ଦାରିଦ୍ର୍ୟତାକୁ ହ୍ରାସ କରିବା ଉପରେ କାମ କରି ସଫଳତା ପାଇବା ସହ ଚର୍ଚ୍ଚାକୁ ଆସି ଏନଆଇଟି ଇନଷ୍ଟିଚ୍ୟୁଟ ଏବଂ ନିଜ ସହର ପାଇଁ ଗୌରବ ଆଣିଛନ୍ତି । ଅନ୍ୟ ପଟରେ ପ୍ରଣବଙ୍କ ପାଠପଢା ସମୟରେ ହିଁ ସେ ଏନଆଇଟିରେ କମ୍ପୁଟର ବିଜ୍ଞାନରେ ବିଭିନ୍ନ ପ୍ରୋଜେକ୍ଟ ତିଆରି କରି ଟପ୍ପର ମଧ୍ୟ ହେଉଥିଲେ । ଏହା ବ୍ୟତୀତ ସେ ଆହୁରି ନିଜ ରାଜ୍ୟ ଓ ଦେଶ ପାଇଁ ସୁନାମ ଓ ସଫଳତା ଆଣିବେ ବୋଲି ତାଙ୍କ ସହ ପାଠ ପଢ଼ୁଥିବା କିଛି ବିଦ୍ୟାର୍ଥୀ ଓ କମ୍ପୁଟର ବିଜ୍ଞାନ ବିଭାଗର ଉଚ୍ଚ ଅଧିକାରୀ ମାନେ ଆଶା ରଖିଛନ୍ତି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here