ଚାକିରି ନ ପାଇ ଯୁବକଙ୍କ ଆତ୍ମହତ୍ୟା

ବଲାଙ୍ଗୀର : ଦିନକୁ ଦିନ ଓଡିଶାରେ ବେରୋଜଗାରର ମାତ୍ରା ବହୁଳ ଭାବରେ ଦେଖିବାକୁ ମିଳୁଛି। କେବଳ ଓଡିଶାରେ ନୁହେଁ ବରଂ ସାରା ଦେଶରେ ଏହା ଦେଖିବାକୁ ମିଳୁଛି। ଶିକ୍ଷିତ ଯୁବପିଢି ଚାକିରି ନ ପାଇ ଓ ଅନ୍ୟ କୌଣସି ପନ୍ଥା ନ ଆପଣାଇ ବା ସ୍ୱାବଲମ୍ବୀ ହେବାର ଅନ୍ୟ ପ୍ରକାର ଉପାୟର ସନ୍ଧାନ ନ କରି ଅନେକ ଚରମ ନିଷ୍ପତ୍ତି ନେଉଛନ୍ତି। ଯେଉଁଥିପାଇଁ ସେମାନଙ୍କ ସହ ସେମାନଙ୍କ ପରିବାରକୁ ମଧ୍ୟ ଏହାର ଦଶା ଭୋଗିବାକୁ ପଡୁଛି। ଏଭଳି ଏକ ଦୃଷ୍ଟାନ୍ତ ଉଦାହରଣ ଦେଖିବାକୁ ମିଳିଛି ରାଜ୍ୟର ବଲାଙ୍ଗୀର ଜିଲ୍ଲାରେ।

ବଲାଙ୍ଗୀର ଜିଲ୍ଲା ବଡମାଳ ଫାଣ୍ଡି ରେଙ୍ଗାଲି ନିକଟରେ ଜଣେ ଯୁବକ ଚାକିରି ନ ପାଇବାରୁ ଗଛରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ରେଙ୍ଗାଲି ନିକଟରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଉକ୍ତ ଯୁବକଙ୍କ ନାମ ଅମିତ ସାହୁ ଓ ସେ ରେଙ୍ଗାଲିର ବାସିନ୍ଦା ବୋଲି ସୂଚନା ମିଳିଛି।

ସୂଚନାନୁସାରେ, ରେଙ୍ଗାଲି ନିକଟରେ ଏକ ଗଛରେ ଅମିତଙ୍କ ମୃତ ଦେହ ଝୁଲୁଥିବାର ସ୍ଥାନୀୟ ଅଞ୍ଚଳବାସୀ ଦେଖିଥିଲେ। ତୁରନ୍ତ ଗ୍ରାମବାସୀ ଏହାକୁ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ପରେ ମୃତଦେହ ଉଦ୍ଧାର କରିଥିଲେ। ପରିବାର ଲୋକଙ୍କୁ ଏ ସଂକ୍ରାନ୍ତରେ ପଚାରିବାରୁ କହିଛନ୍ତି ଯେ, ଅମିତ ବିଟେକ ସିଭିଲ ଇଞ୍ଜିନିୟରିଂ ପାଠ ପଢୁଥିଲେ। କିନ୍ତୁ ତାଙ୍କୁ ସରକାରୀ ଚାକିରି ନ ମିଳିବାରୁ ସେ ଆତ୍ମହତ୍ୟା ଭଳି ଏକ ଚରମ ନିଷ୍ପତ୍ତି ନେଇଛନ୍ତି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here