ଦୂର୍ଗା ପୂଜା ମୂର୍ତ୍ତି ବିସର୍ଜନ ପାଇଁ ୧୪ ଟି ସ୍ଥାନରେ ବ୍ୟବସ୍ଥା କରାଗଲା

କଟକ : ପାର୍ବଣ ଋତୁ ପାଇଁ ଏସ୍ଓପି ଜାରି ପୂର୍ବରୁ ଜାରି କରାଯାଇଛି। ପ୍ରଥମେ ମା ଦୁର୍ଗାଙ୍କ ମୂର୍ତ୍ତିଙ୍କୁ ନେଇ ବିବାଦ ଲାଗିଥିଲା। ପରେ ମୂର୍ତ୍ତିର ଉଚ୍ଚତାକୁ ନେଇ ହାଇକୋର୍ଟ ରାୟ ଦେଇ ସାରିଛନ୍ତି। କୋଭିଡ କଟକଣା ଜଗିବା ପାଇଁ ସହରରେ ୩୦ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ କରାଯାଇଛି। ଚଳିତ ବର୍ଷ ଭସାଣି ଉତ୍ସବ ପରମ୍ପରା ମଧ୍ୟ ବଦଳିଛି।

କାଠଯୋଡିର ଦେବୀଗଡାରେ ମୂର୍ତ୍ତି ବିସର୍ଜନ ହେଉଥିବା ବେଳେ ଏଥର ଉଭୟ କାଠଯୋଡି ଓ ମହାନଦୀ ଓ ଅନ୍ୟ ମୋଟ ୧୪ଟି ସ୍ଥାନରେ ବିସର୍ଜନ ବ୍ୟବସ୍ଥା କରାଯାଇଛି। ବିସର୍ଜନ ବେଳେ ଯେପରି ଅଧିକ ଭିଡ ହେବ ନାହିଁ ସେଥିପାଇଁ ବିସର୍ଜନ ସ୍ଥାନ ସଂଖ୍ୟା ବୃଦ୍ଧି କରାଯାଇଛି। ପ୍ରତି ପୂଜା କମିଟି ସହିତ ଜୋନ ୱାର ଡିସିପି ପ୍ରତୀକ ସିଂହ ବୈଠକ କରି ସାରିଥିବା ବେଳେ ପୂଜା ଆୟୋଜନ ସମୟରେ କୋଭିଡ କଟକଣା ଯେଭଳି ଖିଲାପ ନ ହୁଏ ସେଥିପ୍ରତି ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି।

ପୂରା ସହରକୁ ୩୦ ପ୍ଲାଟୁନ ପୋଲିସ ଫୋର୍ସ ସହିତ ୧୦୦ କନେଷ୍ଟବଳ, ୧୦୦ ଏସ୍ଆଇ, ୨୦ ଜଣ ଇନସପେକ୍ଟର ଓ ଏସପିଙ୍କୁ ନିୟୋଜିତ କରାଯାଇଛି। ଆଜି ଠାରୁ ଷଷ୍ଠୀ ପୂଜା ଆରମ୍ଭ ହେଉଥିବା ବେଳେ ସହରର ସୁରକ୍ଷା ବ୍ୟବସ୍ଥା ପାଇଁ ପ୍ରସ୍ତୁତ ହୋଇଛି କଟକ କମିଶନରେଟ ପୋଲିସ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here