୫ଜଣ ବ୍ୟକ୍ତିଙ୍କ ନାମରେ ଜୈନିକ ମହିଳାଙ୍କ ଏସପିଙ୍କୁ ଅଭିଯୋଗ ପ୍ରଦାନ ।

ଆଜି କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ବ୍ଳକ୍ ଅନ୍ତର୍ଗତ ତନୁପୁର ଗ୍ରାମର ବିରଞ୍ଚି ପାତ୍ରଙ୍କ ଝିଅ ଅର୍ଚ୍ଚନା ପାତ୍ର(୨୪) ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ନିତୀ ଶେଖରଙ୍କୁ ଭେଟି ଏକ ଅଭିଯୋଗ ପତ୍ର ପ୍ରଦାନ କରିବା ସହିତ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ- ଗତ ତା-୧୨-୧୦-୨୦୨୦ ରିଖ ଦିନ ତାଙ୍କ ତନୁପୁର ଗ୍ରାମର ଏକ ସ୍ୱୟଂସହାୟକ ଗୋଷ୍ଠୀର ବୈଠକ କାର୍ଯ୍ୟ ଚାଲିଥିବା ବେଳେ ହଠାତ୍ ସେଠାରେ (୧)- କଲ୍ୟାଣ ପାତ୍ର ସ୍ୱାମୀ-ସଂଗ୍ରାମ ପାତ୍ର ଓ (୨)- ସଂଜୁଲତା ବେହେରା ସ୍ୱାମୀ -ନରେନ୍ଦ୍ର ବେହେରା,(୩)- ପୁଷ୍ପଲତା ବେହେରା ସ୍ୱାମୀ -ଜୟ ଚନ୍ଦ୍ର ଧଳ, (୪)- ସରଶ୍ୱତୀ ପାତ୍ର ସ୍ୱାମୀ – ସହଦେବ ପାତ୍ର, (୫)- ସନ୍ତୋଷ ବେହେରା ପିତା-ନରେନ୍ଦ୍ର ବେହେରା ପ୍ରମୁଖ ମିଟିଂଗ୍ ହେଉଥିବା ସ୍ଥଳକୁ ଯୋର ଯବରଦସ୍ତ ଧସେଇ ପଶି ମୁଁ ସେହି ସଂଘର ସଭାନେତ୍ରୀ ଥିବାରୁ ମୋତେ ପ୍ରଥମେ ପୂର୍ବ ଆକ୍ରୋଶ ଅନୁଯାୟୀ ଆକ୍ରମଣ କରିବା ସହିତ ଅଶୀଳ ଭାଷାରେ ଗାଳିଗୁଲଜ କରିବା ଏବଂ ମୋର ପିନ୍ଧା କପଡାକୁ ଟାଣି ଚିରିବା ସହିତ ଆସାମୀ ମାନେ ଖରାପ୍ ବ୍ୟବହାର କରିବାକୁ ଉଦ୍ୟମ କରି ମୋତେ ଧକା ମାରି କଲ୍ୟାଣୀ ପାତ୍ର ତଳେ ପକାଇ ମାଡ ମାରିବା ସହିତ ମୋର ଅଣ୍ଟାକୁ ବହୁ ଯୋରରେ ଆଘାତ୍ କରିଥିଲା ଏବଂ ମୋର ବାମ ହାତ ବିଶି ଆଙ୍ଗୁଠିକୁ ପୁଷ୍ପଲତା ପାତ୍ର କାମୁଣ୍ଡି ଛିଡାଇ ଦେଇଥିଲା । ଯାହାଫଳରେ ମୁଁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡି ଛଟପଟ ହୋଇ ମରିଗଲି ମରିଗଲି ବଡପାଟିରେ ପାଟି କରିବାରୁ ମୋତେ ପ୍ରଥମେ ପଟ୍ଟାମୁଣ୍ଡାଇ ପରେ କେନ୍ଦ୍ରାପଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ନେବାପରେ ସେଠାରୁ ମୋର ଅବସ୍ଥା ଅଧିକ ଖରପ୍ ହୋଇ ପଡିବାରୁ ମୋତେ ଡାକ୍ତର କଟକ ବଡ ମେଡିକାଲକୁ ରେଫର କରିଥିଲେ । ମୁଁ ସେବେଠାରୁ କଟକରେ ଚିକିତ୍ସିତ ହେଉଥିଲି । ଆଜି ମେଡିକାଲରୁ ଘରକୁ ଫେରି ଏସପିଙ୍କୁ ତାଙ୍କ ଜଜାଂଗ କାର୍ଯ୍ୟାଳୟରେ ମୋର ବାପା ଭାଇଙ୍କ ସହିତ ଭେଟି ଏକ ଲିଖିତ ଅଭିଯୋଗ ଏସପିଙ୍କୁ ପ୍ରଦାନ କରିବା ପରେ ଏସପି ବୁଝିବେ ବୋଲି କହିଛନ୍ତି ।

କେନ୍ଦ୍ରାପଡାରୁ ଆମ ପ୍ରତିନିଧି ଦିଲ୍ଲୀପ୍ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here