ଚନ୍ଦ୍ରରେ ୪-ଜି ନେଟୱାର୍କ ପହଞ୍ଚାଇବାକୁ ନାସା ସହ ନୋକିଆ ଚୁକ୍ତିବଦ୍ଧ

ନୂଆଦିଲ୍ଲୀ : ଚନ୍ଦ୍ରରେ ଆରମ୍ଭ ହେବାକୁ ଯାଉଛି ୪-ଜି ନେଟୱାର୍କ ସୁବିଧା। ଆମେରିକାର ଉପଗ୍ରହ ଗବେଷଣା ସଂସ୍ଥା ନାସା ଓ ମୋବାଇଲ କମ୍ପାନୀ ନୋକିଆ ମିଳିତ ଭାବେ ଚନ୍ଦ୍ରରେ ୪-ଜି କନେକ୍ସନ ପହଞ୍ଚାଇବେ। ନାସା ପକ୍ଷରୁ ଘୋଷଣା କରାଯାଇଛି ଯେ, ଚନ୍ଦ୍ର ନିକଟରେ ସେଲ୍ୟୁଲାର ସଂଯୋଗ କରିବାକୁ ନୋକିଆ କମ୍ପାନୀକୁ ଠିକା ଦିଆଯାଇଛି। ଏ ସଂକ୍ରାନ୍ତରେ ନୋକିଆ ପକ୍ଷରୁ ସୂଚନା ମିଳିଛି ଯେ, ବିଶ୍ୱସନୀୟ ୪-ଜି ନେଟୱାର୍କକୁ ଦ୍ରୁତଗତି ଦିଆଯାଇ ଚନ୍ଦ୍ର ଉପଗ୍ରହରେ ପହଞ୍ଚା ଯାଇପାରିବ। ନାସା ଅର୍ଟମିନ ପ୍ରୋଗ୍ରାମ ମାଧ୍ୟମରେ ୨୦୨୪ ସୁଦ୍ଧା ଚନ୍ଦ୍ର ନିକଟରେ ମ୍ୟାନଡ ମିସନ ପଠାଇବାକୁ ବ୍ୟବସ୍ଥା କରାଯାଉଛି।

ସୂଚନାଯୋଗ୍ୟ, ନାସା ନୋକିଆ କମ୍ପାନୀ ବ୍ୟତୀତ ଅନ୍ୟ କିଛି କମ୍ପାନୀ ସହ ମଧ୍ୟ ୩୭୦ ବିଲିୟନ ଡଲାରର ଚୁକ୍ତି କରିଛି। ଯେହେତୁ ନାସା ଚନ୍ଦ୍ର ନିକଟରେ ୪-ଜି ନେଟୱାର୍କ ପହଞ୍ଚାଇବାକୁ ନିଷ୍ପତ୍ତି ନେଇଛି, ତେଣୁ କମ୍ପାନୀଗୁଡିକୁ ନାସା ଏହି ଟଙ୍କା ଯୋଗାଇବ। ଏହି କମ୍ପାନୀଗୁଡିକ ଚନ୍ଦ୍ରରେ ଶକ୍ତି ଉତ୍ପାଦନ କ୍ରୋଜେନିକ ଫ୍ରିଜ ଓ ରୋବୋଟିକ ଟେକ୍ନୋଲୋଜି ମଧ୍ୟ ପ୍ରୟୋଗ କରିବେ। ଏହାକୁ ଆଧାର କରି ନୋକିଆ ବେଲ୍ ଲ୍ୟାବ ସହ ନାସା ୧୪ ମିଲିୟନ ଡଲାର ମୂଲ୍ୟର ଚୁକ୍ତି କରିଛି। ସେହିପରି ମହାକାଶ ଉପଗ୍ରହ ଏଜେନ୍ସି ନାସା ମୋଟ ୧୪ଟି ଆମେରିକୀୟ କମ୍ପାନୀ ଚୟନ କରିଛନ୍ତି। ଯାହାକି ଚନ୍ଦ୍ରରେ ୪-ଜି ନେଟୱାର୍କ ନିମନ୍ତେ ଭିତ୍ତିଭୂମି ସୃଷ୍ଟି କରିବେ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here