ଖୁବଶୀଘ୍ର ଭାରତରେ ୫-ଜି ନେଟୱାର୍କ ଉପଲବ୍ଧ

ମୁମ୍ବାଇ : ରିଲାଏନ୍ସ ଜିଓକୁ ମିଳିଛି ବଡ ସଫଳତା। ଗ୍ରାହକଙ୍କୁ ମନ ମୁତାବକ ଅଫର ସହ ଅନେକ ସୁବିଧା ଯୋଗାଉଥିବାରୁ ଦେଶର ଏକ ନମ୍ବର ଅଗ୍ରଣୀ ଡିଜିଟାଲ ସେବା ପ୍ରଦାନକାରୀ ଭାବେ ଗଣା। ଏବେ ଗ୍ରାହକଙ୍କ ପାଇଁ ରିଲାଏନ୍ସ ଆରମ୍ଭ କରିବାକୁ ଯାଉଛି ୫-ଜି ନେଟୱାର୍କ। ରିଲାଏନ୍ସ ଓ ଆମେରିକା ଟେକ୍ନୋଲୋଜି ମିଳିତ ଭାବେ ଭାରତରେ ୫-ଜି ମୋବାଇଲ ନେଟୱାର୍କର ସଫଳତାପୂର୍ଣ୍ଣ ପରୀକ୍ଷଣ କରିଛନ୍ତି। ଏ ସଂକ୍ରାନ୍ତରେ ଗତ ୨୦ ତାରିଖରେ ଆମେରିକାର ସାନ ଡିଏଗୋ ଠାରେ ଏକ ଭର୍ଚୁଆଲ ଇଭେଣ୍ଟରେ ଦୁଇ କମ୍ପାନୀ ଯଥା ଜିଓ ଓ କ୍ୱାଲକମ ପକ୍ଷରୁ ଘୋଷଣା କରାଯାଇଛି।

ମନିକଣ୍ଟ୍ରୋଲର ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଜିଓ ଓ କ୍ୱାଲକମ କମ୍ପାନୀ ୫ ଜିଏନଆର ସଲ୍ୟୁସନ ଓ କ୍ୱାଲକମ ଆରଏଏନ ସଲ୍ୟୁସନ ପ୍ଲାଟଫର୍ମ ମାଧ୍ୟମରେ ୧ ଜିବିପିଏସରୁ ଅଧିକ ଗତି ହାସଲ କରିଛନ୍ତି। ବର୍ତ୍ତମାନ ଆମେରିକା, ସାଉଥ କୋରିଆ, ଅଷ୍ଟ୍ରେଲିଆ, ସ୍ୱିଜରଲ୍ୟାଣ୍ଡ ଓ ଜର୍ମାନୀ ଭଳି ଦେଶରେ ୫-ଜି ଗ୍ରାହକମାନେ ୧ ଜିବିପିଏସରୁ ଅଧିକ ସ୍ପିଡରେ ଡାଟା ସୁବିଧା ପାଉଛନ୍ତି। ରିଲାଏନ୍ସ ଜିଓର ସଭାପତି ମେଥ୍ୟୁ ଓମେନ କହିଛନ୍ତି ଯେ, ଭାରତରେ ଖୁବ ଶୀଘ୍ର ୫-ଜିର ସୁବିଧା ଉପଭୋକ୍ତାଙ୍କ ପାଇଁ ଉପଲବ୍ଧ  ହେବ। ଏହା ସହ ଭାରତରେ ଲୋକମାନେ ୧ ଜିବିପିଏସର ଡାଟା ସୁବିଧା ପାଇବା ପାଇଁ ରିଲାଏନ୍ସର ସବସିଡାରୀ କମ୍ପାନୀ ରେଡିସିସ୍ ସହିତ କ୍ୱାଲକମ ମିଳିତ ଭାବେ ୫-ଜି ଟେକନିକ ଉପରେ କାମ କରୁଛନ୍ତି। ସେହିଭଳି ରିଲାଏନ୍ସ ଉଦ୍ୟୋଗର ଅଧ୍ୟକ୍ଷ ମୁକେଶ ଅମ୍ବାନୀ କହିଛନ୍ତି ଯେ, କ୍ୱାଲକମ ସହିତ ମିଳିତ ଭାବେ ଜିଓ ୫-ଜି ଟେକ୍ନୋଲୋଜି ଉପରେ କାମ କରୁଛି। ଯାହା ଦ୍ଵାରା ଭାରତରେ ଡିଜିଟାଲ ପ୍ଲାଟଫର୍ମରେ ପରିବର୍ତ୍ତନ ଅଣା ଯାଇପାରିବ।

ସୂଚନାଯୋଗ୍ୟ, ଚଳିତବର୍ଷ ଜୁଲାଇ ମାସରେ କ୍ୱାଲକମ ଉଦ୍ୟୋଗର ନିବେଶ ୟୁନିଟ ଇଙ୍କ ଜିଓ ପ୍ଲାର୍ଟଫର୍ମରେ ନିବେଶ କରିବାକୁ ଘୋଷଣା କରିଥିଲା। ଜିଓ ପ୍ଲାଟଫର୍ମର ୦.୧୫ ପ୍ରତିଶତ ଭାଗ ପାଇଁ କ୍ୱାଲକମ ୭୩୦ କୋଟି ଟଙ୍କା ନିବେଶ କରିଛି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here