ତୀର ମାଡ଼ରେ ଯୁବକଙ୍କ ମୃତ୍ୟୁ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା କୁକୁଡ଼ିମୁଣ୍ଡି ଗାଁରେ ଜଣେ ବ୍ୟକ୍ତିଙ୍କର ତୀର ମାଡ଼ରେ ମୃତ୍ୟୁ ହୋଇଛି। ବ୍ୟକ୍ତି ଜଣକ ହେଉଛନ୍ତି ସୋମରା ଦେହୁରୀ। ପାରିବାରିକ କଳହକୁ କେନ୍ଦ୍ର କରି ଏପରି ଘଟଣା ଘଟିଥବା ଅଭିଯୋଗ ହୋଇଛି।

ଗତକାଲି ରାତିରେ ସୋମରାଙ୍କ ଉପରେ ତାଙ୍କ ପଡ଼ୋଶୀ ଛୋଟରାୟ ଦେହୁରୀ ତୀରମାଡ଼ କରିଥିବା ନେଇ ଗାଁ ଲୋକ କହିଛନ୍ତି। ତୀର ମାଡ଼ ପରେ ସୋମରାଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତୀର ତାଙ୍କ ଛାତିରେ ଲାଗିଥିବାରୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ତେବେ ତୀର ମାଡ଼ କରିଥିବା ଅଭିଯୁକ୍ତ ଏବେ ଫେରାର ଥିବା ବେଳେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here