ଦୁର୍ଦ୍ଦାନ୍ତ ଅପରାଧୀ ଜ୍ୟୋତି ପ୍ରକାଶକୁ କୋର୍ଟ ଚାଲାଣ କଲା ପୋଲିସ !

ଉପକୂଳ ଜିଲ୍ଲାରେ ଦୀର୍ଘଦିନ ଧରି ଆତଙ୍କ ସୃଷ୍ଟି କରିଆସିଥିବା ଏବଂ ଭଦ୍ରେଶ୍ୱର ଫାଣ୍ଡି ଅଂଚଳର ବହୁ ଚର୍ଚ୍ଚିତ ରଞ୍ଜନ ମଲ୍ଲିକ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଜେ.ପି କୁ ଆଜି କୋର୍ଟ ଚାଲାଣ କରିଛି ପୋଲିସ l ଚୋରୀ, ଡକାୟତି, ରାହାଜାନି ଠାରୁ ଆରଂଭ, ଦାଦାବଟି ଅସୁଲ ଏବଂ ହତ୍ୟାକାଣ୍ଡ ପର୍ଯ୍ୟନ୍ତ ବିଭିନ୍ନ ଅପରାଧରେ ଜ୍ୟୋତି ପ୍ରକାଶ ପ୍ରହରାଜର ସମ୍ପୃକ୍ତି ନେଇ ପୋଲିସ ସ୍ପଷ୍ଟ କରିଛି l ଗତ ସେପ୍ଟେମ୍ବର ଛ’ ତାରିଖ ରାତିରେ ସୌମ୍ୟ ରଞ୍ଜନ ଓ ଜ୍ୟୋତି ପ୍ରକାଶ ଖମାର ବେଲରପା ଗାଁର ରଞ୍ଜନ ମାଲିକକୁ ମରଣାନ୍ତକ ଆକ୍ରମଣ କରି ରାସ୍ତା କଡରେ ଫିଙ୍ଗିଦେଇଥିଲେ l ପୋଲିସ ସୌମ୍ୟ ରଞ୍ଜନକୁ ଗିରଫ କରିଥିଲେବି ଜେପି ଫେରାର ଥିଲା l ଦୀର୍ଘ ଦିନ ଧରି ପୋଲିସ ଆଖିରେ ଧୂଳି ଦେଇ ବୁଲୁଥିବା ଜେପିକୁ ଗିରଫ ପରେ ଆଜି କୋର୍ଟ ଚାଲାଣ କରାଯାଇଛି l

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here