ନକଲି ଟଙ୍କା ଛପା କାରଖାନା ଠାବ :

ନୟାଗଡ : ନୟାଗଡରେ ଠାବ ହେଲା ନକଲି ଟଙ୍କା ଛପା କାରଖାନା। ନୟାଗଡର ଅମରେନ୍ଦ୍ର ବଜାରରେ ୧ଲକ୍ଷ ୨୫ ହଜାର ଟଙ୍କାରେ  ନକଲି ୫୦୦ ଟଙ୍କିଆ ଦେଖିବାକୁ ମିଳିଛି। ଏ ନେଇ ଜଣଙ୍କୁ ଗିରଫ କରାଯିବା ସହ ଅନ୍ୟ ଜଣଙ୍କୁ ଅଟକ ରଖାଯାଇଛି।

ସୂଚନାନୁଯାୟୀ, ଖଣ୍ଡପଡା ଥାନା କୋସକା ଫାଣ୍ଡି ଶରଧାପୁର ଗ୍ରାମର ଜଣେ ଓକିଲ ଦିବ୍ୟରଞ୍ଜନ ହୋତା ଗତକାଲି ଏକ ବାଇକ କିଣିବା ପାଇଁ ଅମରେନ୍ଦ୍ର ବଜାରର ଏକ ଶୋରୁମକୁ ଯାଇଥିଲେ।  ସେଠାରେ ବାଇକ କିଣିବା ପରେ ତା ବାବଦକୁ ୧ଲକ୍ଷ ୩୦ହଜାର ଟଙ୍କା ଦେଇଥିଲେ। କିନ୍ତୁ ଶୋରୁମ କର୍ତ୍ତୃପକ୍ଷ ଟଙ୍କା ଦେଖିବା ବେଳେ ସେଥିରୁ କେବଳ ୫୦୦୦ ଟଙ୍କା ଅସଲି ନୋଟ ବାହାରି ଥିବା ବେଳେ ଆଉ ବାକି ୧ଲକ୍ଷ ୨୫ହଜାର ଟଙ୍କା ନକଲି ନୋଟ ଥିଲା।

ଏ ନେଇ ସେ ଅବଗତ ହେବା ପରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଟଙ୍କା ଜବତ କରିବା ସହ ଓକିଲଙ୍କୁ ଗିରଫ କରିଥିଲେ। ପୋଲିସ ଦଫା ୪୮୯ ବି ଓ ୪୮୯ ସିରେ ମାମଲା ନମ୍ବର ୧୬୬/୨୦ରେ ରୁଜୁ କରିଛି। ତେବେ ତଦନ୍ତରୁ ଜଣା ପଡିଥିଲା ଯେ, ଥାନା ଠାରୁ ମାତ୍ର ୫୦୦ ମିଟର ଦୂରରେ ଥିବା ଏକ ନକଲି ନୋଟ ଛପା କାରଖାନାରେ ଏ ସବୁ କାର୍ଯ୍ୟ ଚାଲୁଥିଲା।

ସେହି କାରଖାନାରେ ପୋଲିସ ଚଢାଉ କରିବା ପରେ ସେଠାରେ ନଷ୍ଟ ହୋଇଥିବା କିଛି ୫୦୦ ଟଙ୍କିଆ ନୋଟ ଓ କିଛି ୨୦୦୦ ଟଙ୍କିଆ ନୋଟ ଜବତ କରିବା ସହ କମ୍ପୁଟର, ପ୍ରିଣ୍ଟର ଓ କିଛି ସରଞ୍ଜାମ ଜବତ କରିଛି। ସେଠାରେ ଥିବା ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଅଟକ ରଖିଛି ପୋଲିସ। ଦିବ୍ୟରଞ୍ଜନ ଗତ ଛଅ ବର୍ଷ ହେବ ଅମରେନ୍ଦ୍ର ବଜାରରେ ଘର ଭଡା ନେଇ ରହି ଆସୁଥିଲେ। ତେବେ ଥାନା ଠାରୁ ଅଳ୍ପ ଦୂରରେ ଏସବୁ ଘଟଣା ଘଟିବା ଓ ପୋଲିସକୁ ଏ ସଂକ୍ରାନ୍ତରେ କୌଣସି ଖବର ନମିଳିବା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।  

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here