ବିଇଓଙ୍କୁ ତଦନ୍ତ ନିର୍ଦ୍ଧେଶ ଦେଲେ ଡିଇଓ ।

ପୁରୀ। ପ୍ରଭାନ୍ୟୁଜ: ତା ୨୦/୧୦/୨୦ ରିଖ : ନିୟମ ଉଲଂଘନ କରି ବିଭାଗୀୟ ଅଧିକାରୀଙ୍କ ଠାରୁ ଅନୁମତି ନନେଇ ମୂଲ୍ୟବାନ କାର କିଣି ନେଇ ଜଣେ ଶିକ୍ଷୟତ୍ରୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରି ରିପୋର୍ଟ ଦେବା ପାଇଁ ନିର୍ଦ୍ଧେଶ ଦେଇଛନ୍ତି ପୁରୀ ଜିଲ୍ଲା ଶିକ୍ଷାଧିକାରୀ। ଡିଇଓଙ୍କ  କାର୍ଯ୍ୟାଳୟ ପକ୍ଷରୁ ପତ୍ର ସଂଖ୍ୟା ୭୬୯୯ କ୍ରମେ  ତା ୧୬/୧୦/୨୦୨୦ ରିଖ ରେ ବିଇଓଙ୍କୁ ନିର୍ଦ୍ଧେଶ ଦିଆଯାଇଛି। ପ୍ରେରଣ କରାଯାଇଥିବା ପତ୍ରରେ ନିର୍ଦ୍ଦେଶ ରହିଛି ଯଦି ସଂପୃକ୍ତ ଶିକ୍ଷୟତ୍ରୀ ଗାଡ଼ି କିଣିବା ପାଇଁ ଆବଶ୍ୟକୀୟ ଅନୁମତି ନେଇ ନ ଥାଆନ୍ତି ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନା ଯୋଗ୍ୟ ଯେ, ପୁରୀ ସଦର ବ୍ଲକ ଅଧୀନ ବିରବଳଭଦ୍ର ପୁର ପଞ୍ଚାୟତ ଅନ୍ତର୍ଗତ ସୁଲଭା ଦେଇ ପୁରରେ ବିଦ୍ୟୁତ୍ ପ୍ରଭା ସ୍ୱାଇଁ ନାମରେ ଜଣେ ମହିଳା ଶିକ୍ଷୟତ୍ରୀ ରୂପେ କାର୍ଯ୍ୟ କରୁଛନ୍ତି। ସେ ଗତ ୨୦୧୫ ମସିହାରେ ଭୁବନେଶ୍ବର ଆଦିତ୍ୟ ମୋଟରସରୁ ଏକ ନାଲି ରଙ୍ଗର ହ୍ୟୁଣ୍ଡାଈ ଆଇ ୧୦ କାର କିଣି ଥିଲେ। ଉକ୍ତ କାରକୁ ସେ  ତା ୨୮/୧୧/୨୦୧୫ ରିଖାରେ ପୁରୀ ଆଞ୍ଚଳିକ ପରିବହନ କର୍ତ୍ତୁପକ୍ଷ ଙ୍କ କାର୍ଯ୍ୟାଳୟ ରେ ଓଡ଼ି -୧୩ ଡି-୬୬୭୭ କ୍ରମେ ପଞ୍ଜିକୃତ କରିଥିଲେ। ତେବେ ପବ୍ଲିକ ସର୍ଭ।ଣ୍ଟ ରୁଲ ଧାରା ୨୧ ଅନୁଯାୟୀ ସଂପୃକ୍ତ ଶିକ୍ଷୟତ୍ରୀ ବିଭାଗୀୟ ଅଧିକାରୀଙ୍କ ଠାରୁ ଅନୁମତି ନେବା କଥା। କିନ୍ତୁ ସେ ଏହାର ଉଲଂଘନ କରି କାର କିଣିଥିଲେ। ଏନେଇ ସହରର ଜଣେ ସାମ୍ବାଦିକ ୨୦୨୦ ଅକ୍ଟୋବର ମାସ ୮ ତାରିଖ ଦିନ ପୁରୀ ଡିଇଓ, ବିଇଓ ଓ ଜିଲପାଳଙ୍କ ନିକଟରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଅଭିଯୋଗ କରିଥିଲେ। ଅଭିଯୋଗ କ୍ରମେ ପୁରୀ ବିଇଓଙ୍କ କାର୍ଯ୍ୟଳୟ ପକ୍ଷରୁ ପତ୍ର ସଂଖ୍ୟା ୧୮୯୯ ତା ୧୨/୧୦/୨୦ ରୀଖରେ ବିଦ୍ୟୁତ୍ ପ୍ରଭାଙ୍କୁ ଆବଶ୍ୟକୀୟ ଅନୁମତି ପତ୍ର ସହ ଗାଡ଼ିର କାଗଜ ପତ୍ର ପତ୍ର ପାଇବାର ତିନି ଦିନ ମଧ୍ୟରେ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ବିଦ୍ୟୁତ୍ ପ୍ରଭା  ଇତି ମଧ୍ୟରେ ତାଙ୍କ ଜବାବ୍ ଦାଖଲ କରିଛନ୍ତି। ସେ  ସଫେଇ ଦେଇ କହିଛନ୍ତି ସେ ଉକ୍ତ ଗାଡ଼ିରେ ମାଲିକ ନୁହନ୍ତି। ସେ ହାଇୟର ପରଚେଜ ଏଗ୍ରିମେଣ୍ଟ ବଳରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ପୁରୀ ମେନ୍ ବ୍ରାଞ୍ଚରୁ ଲୋନରେ ଗାଡି କିଣିଛନ୍ତି। ସେ କେବଳ ଗାଡ଼ିଟୀକୁ ବ୍ୟବହାର କରୁଛନ୍ତି। ତାଙ୍କ ପାଖରେ ଗାଡ଼ିର କାଗଜ ପତ୍ର ନାହିଁ। ବ୍ୟାଙ୍କରେ ଗାଡ଼ିର କାଗଜ ପତ୍ର ରହିଛି। ତେବେ ଶ୍ରୀମତୀ ସ୍ୱାଇଁ ଗାଡ଼ିର ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ ଓ ଇନଭଏସ ପ୍ରଦାନ କରି ନଥିବା ବେଳେ କେବଳ ଆଇନକୁ ଆଖି ଠାର ମାରିବା ପାଇଁ ଫର୍ମ ୨୧ ର ନକଲ ଦାଖଲ କରିଛନ୍ତି। ତେବେ ଏ ସମ୍ପର୍କରେ ବିଇଓ କହିଛନ୍ତି ବିଦ୍ୟୁତ୍ ପ୍ରଭା ତାଙ୍କ ଉତ୍ତର ଦେଇଛନ୍ତି। କାର୍ଯ୍ୟାଲୟ ପକ୍ଷରୁ ତର୍ଜମା କରାଯିବ। ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here