ଗୁରୁତର ଯୁବକଙ୍କୁ ଚିକିତ୍ସା ପାଇଁ ଭର୍ତ୍ତୀ କଲେ ସାମ୍ବାଦିକ :

ରାଜଗାଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ଏକ ନଂ ଓ୍ବାର୍ଡରେ ଥିବା ସେଣ୍ଟମେରୀ ଇଂରାଜୀ ବିଦ୍ୟାଳୟ ରାସ୍ତାରେ କୌଣସି କାରଣରୁ ଅଜଣା ଯୁବକ ଜଣକ ରାସ୍ତାରେ ପଡି ଛଟପଟ ହେଉଥିବା ବେଳେ ଉକ୍ତ ରାସ୍ତାଦେଇ ଯାଉଥିବା ଜନୈକ ସାମ୍ବାଦିକ ଗୁରୁତର ଯୁବକକୁ ଆରୋଗ୍ୟ ସକାସେ ତୁରନ୍ତ ରାଜଗାଙ୍ଗପୁର ସ୍ଥିତ ସରକାରୀ ଚିକିତ୍ସାଳୟକୁ ଆଣି ଭର୍ତ୍ତି କରିଥିଲେ । ଗୁରୁତର ଯୁବକଙ୍କ ମୁଣ୍ଡରେ ୬ ଟିରୁ ଉର୍ଦ୍ଧ୍ବ ଷ୍ଟିଜ ପଡିଛି । ତେବେ ଯୁବକଟି ମୁର୍ଛିତ ଅବସ୍ଥାରେ ଥିବାରୁ ତାଙ୍କର ପରିଚୟ ମିଳି ପାରିନାହିଁ । କୌଣସି ଦୁର୍ଘଟଣା ଗ୍ରସ୍ତ ହୋଇଛନ୍ତି ନା କେହି ବାଡେଇଛି ସେ ବିଷୟରେ ମଧ୍ୟ କିଛି ଜଣା ପଡି ପାରୁନାହିଁ । ଗୁରୁତର ଯୁବକଟିର ଚେତା ଫେରିଲେ ସମସ୍ତ ତଥ୍ୟ ଜଣାପଡିବ । ଖବର ଲୋଖା ହେବା ପର୍ଯ୍ୟନ୍ତ ଗୁରୁତର ଯୁବକଟିର ଛେତା ଫେରି ନ ଥିଲା । ତେବେ ତାଙ୍କ ମଣ୍ଡ ପଛପଟେ ଆଘାତ ଲାଗି ଅତ୍ୟଧିକ ରକ୍ତଶ୍ରାବ ହୋଇଥିବାର ଦେଖାଯାଇଥିଲା ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here