ମହିଳାଙ୍କ ଗଳିତ ଶବ ଉଦ୍ଧାର , ହତ୍ୟା ସନ୍ଦେହ :

ସୁନ୍ଦରଗଡ ଜିଲ୍ଲା ଭସ୍ମା ଥାନା ଅନ୍ତର୍ଗତ ନୂଆଡିହି ସାହାଜବାହାଲ ରାସ୍ତା ପାର୍ଶ୍ବସ୍ଥ ପାହାଡ ତଳ ଡିହ ନିକଟ ଗାତରୁ ପୋଲିଶ ଜନୈକା ମହିଳାଙ୍କ ଗଳିତ ଶବ ତଥା କଙ୍କାଳସାର ଉଦ୍ଧାର କରିଛି । ମୃତା ମହିଳାଙ୍କ ଶବ ଦେଖି ୨୫ ରୁ ୩୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଶବ ପାଖରେ ଶାଢୀ ସହ ଖାଲି ବସ୍ତା ପଡି ରହିଥିବାର ଦେଖା ଯାଇଥିଲା । ତେବେ ସନ୍ଦେହ ହେଉଛି ଯେ ଉକ୍ତ ମହିଳାଙ୍କୁ ଅନ୍ୟ କୌଣସି ସ୍ଥାନରେ ହତ୍ୟା କରାଯାଇ ଏଠାରେ ଆଣି ଫୋପଡା ଯାଇଛି । ଭସ୍ମା ଥାନା ଅଧିକାରୀ ଓ ସାଇଣ୍ଟିଫିକ ଦଳ ଘଟଣାସ୍ଥଳକୁ ପହଞ୍ଚି ପୁଙ୍ଖାନୁପୁଙ୍ଖ ତଦନ୍ତ କରିଛନ୍ତି । ମାତ୍ର ଶବ ଚିହ୍ନଟ ହୋଇ ପାରିନାହିଁ କି ଅଦ୍ୟାବଧି ଏ ସଂକ୍ରନ୍ତରେ କୌଣସି ସୁରାକ ମିଳିପାରିନାହିଁ । ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ତଥା ଲେଫ୍ରିପଡା ଅତିରିକ୍ତ ତହସିଲଦାର ମନୋଜ କେର୍କେଟାଙ୍କ ଉପସ୍ଥିତିରେ ପୋଲିଶ ଗଳିତ ଶବ ତଥା କଙ୍କାଳସାରକୁ ଜବତ କରିଛି । ସୁନ୍ଦରଗଡ ସରକାରୀ ଚିକିତ୍ସାଳୟରେ କଙ୍କାଳସାରର ଏଫଏମଟି ବ୍ୟବସ୍ଥା ନ ଥିବାରୁ ଏହାକୁ ବୁର୍ଲା ଡାକ୍ତରଖାନା ପଠାଯାଇଛି । ଆଖପାଖ ଥାନା ମାନଙ୍କରେ ରହିଥିବା ମହିଳାଙ୍କ ନିଖୋଜ ମାମଲା ସମ୍ପର୍କରେ ମଧ୍ୟ ପୋଲିଶ ତଥ୍ୟ ସଂଗ୍ରହ କରିବାରେ ଲାଗିଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here