ଜିଲ୍ଲା ସ୍ତରୀୟ ନୋଡାଲ ଅଧିକାରୀ ମାନଙ୍କ ସମୀକ୍ଷା ବୈଠକ :

ଦାଗନ୍, ୨୦/୧୦ ମଙ୍ଗଳବାର ଦିନ ୧୧ ଘଣ୍ଟା ସମୟରେ ଜିଲ୍ଲା ସ୍ତରୀୟ ନୋଡାଲ ଅଧିକାରୀ ମାନଙ୍କ ସହିତ ଏକ ସମୀକ୍ଷା ବୈଠକ ସ୍ଥାନୀୟ ମିଶନ ଶକ୍ତି ସଭା ଗୃହରେ ଜିଲ୍ଲାପାଳ ଡକ୍ତର ଅଜିତ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ନୋଡାଲ ଅଧିକାରୀ, ଶ୍ରୀ ଭାସ୍କର ରୋଇତ  ଉପ ଜିଲ୍ଲାପାଳ-ଚନ୍ଦାହାଣ୍ଡି, ଶ୍ରୀ ପ୍ରଶାନ୍ତ କୁମାର ରାଉତ, ଅତିରିକ୍ତ ଉପ ଜିଲ୍ଲାପାଳ-ପାପଡାହାଣ୍ଡି,

ଶ୍ରୀ ପ୍ରଦୀପ କୁମାର ନାୟକ, ପିଡ଼ି ୱାଟର ସେଡ୍-ଡାବୁଗାଁ, ଶ୍ରୀ ପବିତ୍ର ମୋହନ ପ୍ରଧାନ ଡି ଡବ୍ଲୁଓ -ରାଇଘର,

ଶ୍ରୀ ରତ୍ନାକର ସାହୁ,A pd (Ad m n)DRDA,ଉମରକୋଟ,

ଶ୍ରୀ ଅମରେନ୍ଦ୍ର ପାଢ଼ୀ, ନିର୍ବାହୀ ଯନ୍ତ୍ରୀ,RWSS- କୋଷାଗୁମୁଡ଼ା

ଶ୍ରୀ ସୁରେଶ ପଟନାୟକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ-ତେନ୍ତୁଳିଖୁଣ୍ଟି,

 ବ୍ୟତୀତ ଶ୍ରୀ ନାରାୟଣ ବେହେରା, CDVO, ଶ୍ରୀମତୀ ସୁରେଖା ସୁନ୍ଦରୀ ମଲ୍ଲିକ, DSWO, ନିର୍ମଳ କୁମାର ନାୟକ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ, ଚନ୍ଦ୍ର ଶେଖର ପାଣିଗ୍ରାହୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଆନନ୍ଦ ରାଓ, ଜିଲ୍ଲା କୃଷି ଅଧିକାରୀ, ସଂଜୀବ କୁମାର ସାହୁ, ଜିଲ୍ଲା ଯୋଗାଣ ଅଧିକାରୀ, ନିର୍ବାହୀ ଯନ୍ତ୍ରୀ, ରାସ୍ତା ଏବଂ ଗୃହ ନିର୍ମାଣ ଶ୍ରୀ ପ୍ରଫୁଲ୍ଲ କୁମାର ମିଶ୍ର, ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ନବରଙ୍ଗପୁର   ସୁଦାମ ଚରଣ ମହାପାତ୍ର, Umerkote ସନ୍ତୋଷ କୁମାର ସାମଲ,  ହଳଧର ନିହାଲ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଏବଂ  ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ । ଏହି ବୈଠକରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ରୋଜଗାର ଯୋଜନାର ଅଗ୍ରଗତି,  କରୋନା-୧୯ ର ସଫଳ ରୂପାୟନ, ସ୍ୱ ଇଚ୍ଛାରେ କରୋନା ନମୁନା ପରୀକ୍ଷଣ ପାଇଁ ଆସୁଥିବା ବ୍ୟକ୍ତି ଯେପରି ପରୀକ୍ଷଣ ରୁ ବଂଚିତ ନ ହୁଅନ୍ତି ଏବଂ  ଚିହ୍ନଟ ହୋଇଥିବା ପଜିଟିଭ ରୋଗୀଙ୍କ ଗୃହ ସଙ୍ଗରୋଧରେ ଥିବା ସଂଖ୍ୟା ଇତ୍ୟାଦି ଉପରେ ସମୀକ୍ଷା କରାଯାଇଥିଲା । ଆଲୋଚନା ବେଳେ ମୋ ଉପକାର ବଗିଚା ଯୋଜନା ର ସଫଳ ରୂପାୟନ ପାଇଁ ତ୍ୱରାନ୍ୱିତ ପଦକ୍ଷେପ ଗ୍ରହଣ କରିବା ପାଇଁ, ପୁନଶ୍ଚ ଚାଷୀଙ୍କୁ ସୁଲଭ ମୂଲ୍ୟରେ ଠିକ ସମୟରେ ସାର ଓ କୀଟ ନାଶକ ଔଷଧ ଇତ୍ୟାଦି ଯୋଗାଇବା ପାଇଁ କୃଷି ବିଭାଗ କୁ ପରାମର୍ଶ  ଦେଇଥିଲେ । ପୂଜା ଛୁଟି ପୂର୍ବରୁ ସମସ୍ତ ଅଙ୍ଗନବାଡି, ଆଶା, ଏଏନଏମ୍  କର୍ମଚାରୀ ମାନେ ଯେପରି  ଦରମା ପ୍ରାପ୍ୟ ପ୍ରଦାନ କରିବା ପାଇଁ ଏଥି ସମ୍ପୃକ୍ତ ଅଧିକାରୀ ମାନଙ୍କୁ  ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ନବରଙ୍ଗପୁର ଜିଲ୍ଲାରେ ସ୍ଥାନୀୟ ପୁଲିସ ରିଜର୍ଭ ପଡ଼ିଆ ଠାରେଏକ ସ୍ଥାୟି ହେଲିପେଡ ନିର୍ମାଣ କରିବା ପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ବାହୀ ଯନ୍ତ୍ରୀ, ପୂର୍ତ୍ତ ବିଭାଗ ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନବରଙ୍ଗପୁର ଜିଲ୍ଲାର ନଅ ଗୋଟି ଗ୍ରାମରେ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ୍ୟ ଯୋଜନାରେ ସ୍ୱଚ୍ଛ ପାନୀୟ ଜଳ ଓ ବାହ୍ୟ ପାଇଖାନା ର  ସୁବିଧା ଲୋକଙ୍କୁ ଯୋଗାଇ ଦେବା ପାଇଁ ଆଲୋଚନା କରାଯାଇଥିଲା । ଏହା ଛଡା ଖାଦ୍ୟ ଯୋଗାଣ ଏବଂ ଜୀବିକା ମିଶନର ସଫଳ ରୂପାୟନ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା ।

ପ୍ରଜ୍ଞା ରଞ୍ଜନ ପରିଡ଼ା, ଡ଼ାବୁଗାଁ, Odisha 1

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here