ବିଜେପି ଅସନ୍ତୁଷ୍ଠ ଗେ।ଷ୍ଠୀଙ୍କ ମଧ୍ଯରେ ଗଣ୍ଡଗେ।ଳ ସହିତ ରାଜ୍ଯଉପସଭାପତିଙ୍କ ଗାଡି ଭଙ୍ଗାରୁଜା ଥାନାରେ ଅଟକ :

ଜଗତସିଂହପୁର: ତିର୍ତ୍ତୋଲ ଉପନିର୍ବାଚନୀ ମଣ୍ଡଳୀ ରେ ତିନି ଦଳର ପ୍ରମ୍ମୁଖ  ମଧ୍ଯରେ ତାତି ବଢିଥିବା ବେଳେ ବିଜେପି ଅସନ୍ତୁଷ୍ଠ କର୍ମୀଙ୍କ ମଧ୍ଯରେ  ଗତକାଲି ରାତିରେ ତିର୍ତ୍ତୋଲ ଆନନ୍ଦ ମଣ୍ଡପ ଠାରେ ଭାରତୀୟ ଜନତା ପାର୍ଟି ନିର୍ବାଚନୀ କାର୍ଯ୍ୟାଳୟ ଆଗରେ ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ରଙ୍କ ଗାଡି ଭଙ୍ଗାରୁଜା ଘଟଣାରେ ଜଣେ ଯୁବକଙ୍କୁ ଗିରଫ କରିଛି ତିର୍ତ୍ତୋଲ ପୋଲିସ । ଅନ୍ୟ ଜଣେ ଯୁବକ ଫେରାର ଅଛି। ଗତକାଲି ରାତିରେ ତିର୍ତ୍ତୋଲ ଆନନ୍ଦ ମଣ୍ଡପ ବିଜେପି ନିର୍ବାଚନୀ କାର୍ଯ୍ୟାଳୟ ସମ୍ମୁଖରେ ଦୁଇଜଣ ଅସାମାଜିକ ଯୁବକ ଆତଙ୍କରାଜ ଚଳାଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ବିଜେପି ନେତା ଭୃଗୁ ବକ୍ସିପାତ୍ରଙ୍କ ଗାଡି ଭଙ୍ଗାରୁଜା କରିଥିଲେ ଖବର ପାଇ ତିର୍ତ୍ତୋଲ ପୋଲିସ ବିଳମ୍ବିତ ରାତିରେ ତିର୍ତ୍ତୋଲ ମହାପାତ୍ର ସାହିର ଅଭିଯୁକ୍ତ ଚିଣ୍ଟୁ ଓରଫ ସୋମ୍ୟରଞ୍ଜନ ମହାପାତ୍ରଙ୍କୁ ଗିରଫ କରିଥିଲେ। ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ସୂତ୍ରରୁ ଜଣାପଡିଛି । ଗିରଫ ଅଭିଯୁକ୍ତ ପୁର୍ବରୁ ଭାରତୀୟ ଜନତା ପାର୍ଟିର ଜଣେ ସକ୍ରିୟ କର୍ମୀ ଥିବା ଜଣାପଡିଛି। ବିଜେପି ରୁ 6 ତାରିଖରେ ରମାକାନ୍ତ ଭେ।ଇ ଇସ୍ତଫା ଦେବାପରେ ବିଜେପି ର ଦୁଇ ଗେ।ଷ୍ଠୀ ସୃଷ୍ଟି ହେ।ଥିବାରୁ  ଦଳୀୟକର୍ମୀ କହିବା ଅନୁସାୟାରେ  ଜନୈକ ଛାମୁଆ ନେତାଙ୍କ ଇଙ୍ଗିତରେ ଭଙ୍ଗାରୁଜା କରିବା ସହିତ ରାଜ୍ଯସଭାପତିଙ୍କ ଉପରେ ଆଟାକ୍ଟ କରିଥିଲେ ବେ।ଲି ସୂଚାନା ଦେଇଥିଲେ ବିଜେପି ରାଜ୍ଯସଭାପତି I

ଜଗତସିଂହପୁର ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁଙ୍କ ରିପୋର୍ଟ Odisha1 tv

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here