ବିଦ୍ୟୁତ ଲତା ଜେନା ସ୍ମୃତି ସଂସଦ ତରଫରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା।

ଆଜି କେନ୍ଦ୍ରାପଡା ପ୍ରେସ୍ କ୍ଲବ୍ ପରିସରରେ ବିଦ୍ୱାନ ଏଜୁକେସନର ଚାରିଟେବୁଲ୍ ଟ୍ରଷ୍ଟ୍ ଆନୁକୂଲ୍ୟରେ ସ୍ୱର୍ଗତ ବିଦ୍ୟୁତ ଲତା ଜେନାଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧଉତ୍ସବରେ ଆଜି କରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଅଛି । ଏହି ଆୟୋଜିତ କାର୍ଯ୍ୟକ୍ରମରେ ସ୍ମୃତି କମିଟିର ସଭାପତି ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ଦାଶଙ୍କ ସଭାପତିତ୍ବରେ ମୂଖ୍ୟ ଅତିଥିଭାବେ କେନ୍ଦ୍ରାପଡା ବିକାଶ ପରିଷଦର ସଭାପତି ଅଜୟ କୁମାର ସାମଲ, ସଂମ୍ପାଦକ ମନୋଜ କୁମାର ଦାସ, କେନ୍ଦ୍ରାପଡା ସାହିତ୍ୟ ପରିଷଦର ସଭାପତି ସଂଜୟ କୁମାର ମଲ୍ଲିକ ପ୍ରମୁଖ ମଞ୍ଚାସୀନ ଅତିଥିମାନେ ସ୍ୱର୍ଗତ କବୟତ୍ରୀ ବିଦ୍ୟୁତ ଲତାଙ୍କ ଜିବନୀ ଓ ଆଦର୍ଶ ସଂମ୍ପର୍କରେ ଆଲୋକପାତ କରିଥିଲେ  । ଏହି ଅବସରରେ କରୋନା ଯୋଦ୍ଧା  ଓ ସାହିତ୍ୟ ସଂସ୍କୃତି ସଂପନ୍ନ ପ୍ରତିଭା ବା ବ୍ୟକ୍ତିତ୍ୱର ଅଧିକାରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ସଂମ୍ବର୍ଦ୍ଧତ ମାନଙ୍କ ମଧ୍ୟରେ ଟାଉନ୍ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ଜ୍ୟୋତି ରଞ୍ଜନ ସାମନ୍ତରାୟ, ସଦରଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ପ୍ରମୋଦ କୁମାର ମଲ୍ଲିକ, ଜିଲ୍ଲା ସାମାଜିକ ଶୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଭାସ ଚନ୍ଦ୍ର ଦାସ,ବରିଷ୍ଠ ସାମ୍ବାଦିକ ଆଶିଷ୍ କୁମାର ସେନାପତି ଏବଂ ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାସ, କେନ୍ଦ୍ରାପଡା ସାହିତ୍ୟ ସଂସଦର ସମ୍ପାଦକ ଶ୍ରୁଭାଂଶୁ କୁମାର ଦାସ,ବରିଷ୍ଠ ଶିକ୍ଷକ ମନୋରଞ୍ଜନ ତ୍ରିପାଠୀ, ବିଶିଷ୍ଟ ହାସ୍ୟ କବି ଶ୍ରୀଧର କୁମାର ମହାନ୍ତି,ଓଲଡ ବସଷ୍ଟାଣ୍ଡ୍ ଫାଣ୍ଡି ହାବିଲଦାର ନରେନ୍ଦ୍ର କୁମାର ସୋରେନ ଓ ଆର୍ଯ୍ୟପୁତ୍ରର ସ୍ରଷ୍ଟା ତଥା ବିଶିଷ୍ଟ ଗବେଷକ ନିରଞ୍ଜନ ମେକାପ୍ ଏବଂ କେନ୍ଦ୍ରାପଡା ସାହିତ୍ୟ ପରିଷଦର ସଂମ୍ପାଦକ ସ୍ୱପ୍ନାଂଶୁ କୁମାର ଦାସ,ଜନଶକ୍ତି ପାର୍ଟିର କୃର୍ଷକ ମୋର୍ଚ୍ଚା ସଭାପତି ରମେଶ ଥାଟୋଇ, ଶାନ୍ତନୁ ନାୟକ ଓ ଜିଲ୍ଲା ଦଳିତ ସଂଘର ସଭାପତି ନଗେନ୍ଦ୍ର ଜେନା, ପାଲା ଗାୟକ ପ୍ରଫୁଲ୍ଲ ଦାଶ,ବସନ୍ତ ପଲେଇ, ଅଶୋକ ସାହୁ, କବୟତ୍ରୀ ତୃପ୍ତିମୟୀ ଜେନା ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ମହିୟସୀ ମହିଳାଙ୍କର ଶ୍ମୃତି ଚାରଣ କରିବା ସହିତ ଗୁଣଗାଥା ଗାନ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here