ତିର୍ତ୍ତୋଲ ରେ ବିଜେଡି କାର୍ଯ୍ୟାଳୟ ଉଦଘାଟନ ଓ ତୁଳଙ୍ଗରେ ବିଜେଡି କର୍ମୀ ସମ୍ମିଳନୀ ।

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ବିଜେଡି ଶିବିର ରେ  ଏବେ ଚଳଚଞ୍ଚଳ ହୋଇଉଠିଛି । ନିର୍ବାଚନ ଦାୟିତ୍ଵରେ ଥିବା ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ,ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ,ଅବଜରଭର ଜନ୍ମେଜୟ ଲେଙ୍କା,ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ମୁଦୁଲି,ସାଂସଦ ରାଜଶ୍ରୀ ମଲ୍ଲିକ୍ ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟ,ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ସବିତା ମହାପାତ୍ର,ଯୁବନେତା ରମାକାନ୍ତ ଭୋଇ,ଅଶ୍ବିନୀ ଦାସ ପ୍ରମୁଖ ଦଳୀୟ ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କ ସହ ତିର୍ତ୍ତୋଲ  ଆସି ରବିବାର ଦିନ  ଦଳୀୟ କାର୍ଯ୍ୟାଳୟ ଉଦଘାଟନରେ ସାମିଲ ହୋଇଥିଲେ । ଏହାପରେ ସଇଁରା  ଗ୍ରାମ ତୀର୍ଥ ମଠକୁ ଯାଇ ସେଠାରୁ ତୁଳଙ୍ଗ ଗ୍ରାମର ନୀଳମାଧବ ମନ୍ଦିରରେ ଆୟୋଜିତ ବିଜେଡି କର୍ମୀ ସମ୍ମିଳନୀରେ ଯୋଗଦେଇ ଯିବାବେଳେ ସାଂସଦ ରାଜଶ୍ରୀ ମଲ୍ଲିକ,ରମାକାନ୍ତ ଭୋଇ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କୁ ଘରକୁ ଘର ବୁଲି ପରିଚିତ କରାଇବା ସହ  ମାସ୍କ ବାଣ୍ଟିଥିଲେ। କୃଷ୍ଣ ଚନ୍ଦ୍ର ମଲ୍ଲିକଙ୍କ ନେତୃତ୍ବରେ ତୁଳଙ୍ଗ ପଞ୍ଚାୟତର ବହୁ ଲୋକ ବିଜେଡିରେ ସାମିଲ ହୋଇଥିଲେ । ପୂର୍ବତନ ବିଧାୟକ ସ୍ବର୍ଗତ ବିଷ୍ଣୁ ଦାସ ୪୦ ହଜାର ଭୋଟରେ ତିର୍ତ୍ତୋଲ ରୁ ଲିଡ କରିଥିବାବେଳେ ତାଙ୍କର ପୁଅ  ବିଜୟ ଶଙ୍କର ପଚାଶ ହଜାର ଭୋଟରେ ଏଥର ବିଜୟୀ ହେବେ ବୋଲି ପର୍ଯ୍ୟବେକ୍ଷକ ଦାୟିତ୍ଵରେ ଥିବା ବିଧାୟକ ଅତନୁ ସବ୍ୟସାଚୀ ନାୟକ କହିଥିଲେ । ଏହି କର୍ମୀ ସମ୍ମିଳନୀରେ ଜିଲ୍ଲାପରିଷଦ ଅଧ୍ୟକ୍ଷା, ତିର୍ତ୍ତୋଲ  ପଞ୍ଚାୟତ ସମିତି ଅଧ୍ୟକ୍ଷା,ତିର୍ତ୍ତୋଲ  ବିଜେଡି ସଭାପତି,ତୁଳଙ୍ଗ ସମିତି ସଭ୍ୟା ଏବଂ ସ୍ଥାନୀୟ ଅଞ୍ଚଳର କର୍ମୀମାନେ ଯୋଗଦେଇଥିଲେ।

ଜଗତସିଂହପୁର ଜିଲ୍ଲା ରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ Odisha1tv

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here